ETV Bharat / bharat

କାନପୁର ଏନକାଉଣ୍ଟରରେ ପୋଲିସ କର୍ମଚାରୀଙ୍କ ବଳିଦାନ ବ୍ୟର୍ଥ ଯିବନି: ଏଡିଜି

କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିପାରିନାହିଁ । ଏଡିଜି ପ୍ରଶାନ୍ତ କୁମାର ବୁଧବାର ବିକାଶ ଦୁବେକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ପୋଲିସ ଏଡିଜିଙ୍କ ପ୍ରେସ କନଫରେନ୍ସ
ପୋଲିସ ଏଡିଜିଙ୍କ ପ୍ରେସ କନଫରେନ୍ସ
author img

By

Published : Jul 8, 2020, 4:47 PM IST

ଲକ୍ଷ୍ନୌ: କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିପାରିନାହିଁ । ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର ବୁଧବାର ବିକାଶ ଦୁବେକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଉତ୍ତରପ୍ରଦେଶ ପୋଲିସର ଏଡିଜି କହିଛନ୍ତି ଯେ କାନପୁର ଘଟଣାରେ ଅମର ଦୁବେକୁ ଆଜି(ବୁଧବାର) ସକାଳେ ଏନକାଉଣ୍ଟର କରାଯାଇଛି । ଏହାସହ ଅମର ଠାରୁ ଏକ ସେମି ଅଟୋମେଟିକ୍ ପିସ୍ତଲ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ଶ୍ୟାମୁ ବାଜପେୟୀ ଓ ଦୁଇ ସାଥୀକୁ ଗରିଫ କରାଯାଇଥିଲା । ଏମାନଙ୍କ ଉପରେ 50 ହଜାର ଟଙ୍କାର ପୁରସ୍କାର ରାଶି ଥିଲା ।

ଏଡିଜି କହିଛନ୍ତି ଯେ କାନପୁର ଘଟଣାରେ ପୋଲିସଙ୍କ ବଳିଦାନ ବୃଥା ଯିବ ନାହିଁ । ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ଯେ ଅପରାଧୀ ଅପରାଧ କରିବାକୁ କୁଣ୍ଠାବୋଧ କରିବେ । ଏହାପରେ ସେ ୟୁପିରେ ହ୍ରାସ ପାଉଥିବା ଅପରାଧ ଗ୍ରାଫକୁ ଦର୍ଶାଇଥିଲେ ।

ସେ କହିଥିଲେ, ଚଳିତ ବର୍ଷ ଡକାୟତି ମାମଲାରେ ପ୍ରାୟ 38 ପ୍ରତିଶତ ହ୍ରାସ ଘଟିଛି। ଲୁଟରେ 44.17 ପ୍ରତିଶତ ହ୍ରାସ ଘଟିଛି। ହତ୍ୟା ମାମଲାରେ ପ୍ରାୟ 8 ପ୍ରତିଶତ ହ୍ରାସ ଘଟିଛି। ଅପହରଣରେ 41 ପ୍ରତିଶତ ଓ ଯୌତୁକ ଜନିତ ମୃତ୍ୟୁରେ 6.34 ପ୍ରତିଶତ ହ୍ରାସ ଘଟିଛି।

ପ୍ରକାଶଥାଉକି, ଜୁଲାଇ 2 ରାତିରେ ବିକାରୁ ଗାଁରେ 8 ଜଣ ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ବିକାଶର ସନ୍ଧାନରେ ଚଢାଉ ଜାରି ରହିଛି। ଫରିଦାବାଦର ଏକ ହୋଟେଲରେ ବିକାଶ ଦୁବେ ଲୁଚି ରହିଥିବା ଖବର ପାଇବା ପରେ ପୋଲିସ ଚଢାଉ କରିଥିଲା ।

ଅନ୍ୟପକ୍ଷେ ସିସିଟିଭି ଫୁଟେଜରେ ବିକାଶ ଦେଖାଯାଇଥିବା ଜଣାପଡିଛି । ସିସିଟିଭିରେ ନୀଳ ରଙ୍ଗର ସାର୍ଟରେ ଦେଖାଯାଇଥିବା ବ୍ୟକ୍ତି ବିକାଶ ଦୁବେ ବୋଲି ପୋଲିସ ସନ୍ଦେହ କରୁଛି। ବିକାଶ ଦିଲ୍ଲୀ-ଏନସିଆରର କୌଣସି ସ୍ଥାନରେ ଲୁଚି ରହିଛନ୍ତି। ଏହି କାରଣରୁ ଏସଟିଏଫ ଓ ୟୁପି ପୋଲିସର ଏକ ଟିମ୍ ଦିଲ୍ଲୀରେ ଖୋଜାଖୋଜି ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.