ETV Bharat / bharat

370 ପୁନଃଲାଗୁ ଅବଦୁଲ୍ଲାଙ୍କ ବୟାନକୁ ନେଇ ଟାର୍ଗେଟ କଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ

author img

By

Published : Oct 17, 2020, 7:39 PM IST

ଲେହ ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ । ଚୀନର ସାହାଯ୍ୟ ନେଇ ଫାରୁକ୍ ଅବଦୁଲ୍ଲାଙ୍କ 370 ପୁନଃଲାଗୁ ବୟାନକୁ ନେଇ ଟାର୍ଗେଟ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

370 ପୁନଃଲାଗୁ ପାଇଁ ଫାରୁକ୍ ଅବଦୁଲ୍ଲାଙ୍କ ବୟାନକୁ ନେଇ ଟାର୍ଗେଟ କଲେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ

ଲେହ: ଲେହ ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ । ଲଦାଖ ନିର୍ବାଚନକୁ ନେଇ ଏକ ଜନସମାବେଶରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏନସି ନେତା ଫାରୁକ୍ ଅବଦୁଲ୍ଲାଙ୍କ ଧାରା 370 ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଜମ୍ମୁ ଓ କାଶ୍ମୀରରେ ଧାରା 370 ଫେରିପାଇବା ପାଇଁ ଚୀନ୍‌ର ସାହାଯ୍ୟ ଲୋଡ଼ିବା ବିଷୟକୁ ନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଟାର୍ଗେଟ କରିଛନ୍ତି । ଲେହର ଏକ ଜନସମାବେଶରେ ଯୋଗଦେଇ ସେ କହିଛନ୍ତି ଲୋକମାନେ ମଧ୍ୟ ତାଙ୍କ ମତ ବିଷୟରେ ଜାଣିବା ଉଚିତ୍ | ଏଭଳି ଲୋକଙ୍କ ଭୋଟ୍ ମାଗିବାର କୌଣସି ଅଧିକାର ଅଛି କି ? ଲଦାଖବାସୀଙ୍କ ଠୁ ଭୋଟ ମାଗିବାର କଂଗ୍ରେସର କୌଣସି ଅଧିକାର ନାହିଁ । ସେମାନେ 70 ବର୍ଷରେ ଲଦାଖକୁ କ’ଣ ଦେଇଛନ୍ତି ? ସେମାନେ କେବଳ ଦୁର୍ନୀତି ଏବଂ ବଂଶବାଦ ରାଜନୀତି ଦେଇଛନ୍ତି। କଂଗ୍ରେସ ଲଦାଖ ସହ ସାବତ ମା ପରି ଆଚରଣ କରିଥିଲା । ଲଦାଖ ପାଇଁ କେନ୍ଦ୍ର ଯାହା ଟଙ୍କା ଦେଉଥିଲା, ସେମାନେ ଏହାକୁ ଲୁଟ୍ କରିଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି 2019 ଅଗଷ୍ଟ 5 ତାରିଖରେ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ ଧାରା 370 ଓ 35A ଉଚ୍ଛେଦ କରିଥିଲେ । ଏହାପରେ ଜମ୍ମୁକାଶ୍ମୀର ଓ ଲାଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମୁକୁଳିବା ପରେ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା 370 ଫେରିପାଇବା ପାଇଁ ଚୀନ୍‌ର ସାହାଯ୍ୟ ଲୋଡାଯିବ ବୋଲି କହିଥିଲେ । ଏହାକୁ ନେଇ ସାରା ଦେଶରେ ରାଜନୈତିକ ସ୍ତରରେ ଅବଦୁଲ୍ଲାଙ୍କୁ ସମାଲୋଚନା କରିଥିଲେ ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.