ETV Bharat / bharat

କୋରୋନା ଭାଇରସ: ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜବାବ

author img

By

Published : Feb 13, 2020, 2:06 PM IST

ରାହୁଲ ଗାନ୍ଧୀ କୋରୋନା ଭାଇରସକୁ ନେଇ କେନ୍ଦ୍ର ସରକାର ଗମ୍ଭୀରତାର ସହିତ ନେଉ ନ ଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ କେହି ମଧ୍ୟ ଏଭଳି ସମ୍ବେଦନଶୀଳ ବିଷୟ ଉପରେ ରାଜନୀତିକରଣ କରିବା ଅନୁଚିତ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

union-minister-aswini-kumar-choube-reply-to-rahul-gandhi-on-corona-virus-issue
କୋରନା ଭାଇରସ: ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଜବାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ଭାଇରସକୁ ନେଇ କେନ୍ଦ୍ର ସରକାର ଗମ୍ଭୀରତାର ସହିତ ନେଉ ନ ଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ କହିଛନ୍ତି କେହି ମଧ୍ୟ ଏଭଳି ସମ୍ବେଦନଶୀଳ ବିଷୟ ଉପରେ ରାଜନୀତିକରଣ କରିବା ଅନୁଚିତ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀ ଦୁର୍ଭାଗ୍ୟଜନକ । ତାଙ୍କୁ ଏଭଳି ସମ୍ବେଦନଶୀଳ ମାମଲାରେ ରାଜନୀତିକରଣ କରିବା ଅନୁଚିତ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଭାରତ ସରକାର ଏହି ସମସ୍ୟାରୁ ସାମନା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଭାରତ ସରକାର ଚୀନ ସରକାରଙ୍କୁ ମଧ୍ୟ କୋରୋନା ଭାଇରସ ରୋଗରୁ ରକ୍ଷା ପାଇଁ ସାହାଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଭାଇରସ ମୁକାବିଲା ପାଇଁ ଚୀନକୁ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଏକ ଟ୍ବିଟ କରି କହିଥିଲେ କୋରୋନା ଭାଇରସ ଆମ ଦେଶ ଓ ଅର୍ଥ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କହିଥିଲେ । କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଉନାହାଁନ୍ତି ବୋଲି ଅଭିଯୋଗ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଭାଇରସର ତିନୋଟି ମାମଲା ସାମନାକୁ ଆସିଛି । ଭାରତର ସମସ୍ତ ବିମାନ ବନ୍ଦରରରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ବିଷୟରେ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି । ସୂଚନା ଥାଉକି ଚୀନରେ କୋରୋନା ଭାଇରସର ବର୍ତ୍ତମାନ ପର୍ଯ୍ୟନ୍ତ 1300 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.