ETV Bharat / bharat

କ୍ୟାବିନେଟ ବୈଠକ: ତିନି ତଲାକ ବିଲ୍, ଜମ୍ମୁରେ ରାଷ୍ଟ୍ରପତି ଶାସନରେ ମୋହର

author img

By

Published : Jun 12, 2019, 8:33 PM IST

Updated : Jun 13, 2019, 9:49 AM IST

କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ତିନି ତଲାକ ବିଲ୍‌କୁ ମଞ୍ଜୁରୀ ମିଳିଛି । ଏହା ସହିତ ମନ୍ତ୍ରୀମଣ୍ଡଳ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଗାମୀ 6 ମାସ ପର୍ଯ୍ୟନ୍ତ ବଢାଇବାର ନିଷ୍ପତି ନେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ମୋଦି ସରକାରଙ୍କ ବଡ ଉପହାର । କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ତିନି ତଲାକ ବିଲ୍‌କୁ ମଞ୍ଜୁରୀ ମିଳିଛି । ଏହା ସହିତ ମନ୍ତ୍ରିମଣ୍ଡଳ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଗାମୀ 6 ମାସ ପର୍ଯ୍ୟନ୍ତ ବଢାଇବାର ନିଷ୍ପତି ନେଇଛନ୍ତି ।

ତେବେ ସରକାରଙ୍କ ଆଗାମୀ ସଂସଦୀୟ ଅଧିବେଶନରେ ତିନି ତଲାକ ବିଲ ଆଗତ ହେବ । ମୋଦିଙ୍କ ପୁରୁଣା ଅଧ୍ୟାଦେଶକୁ ହିଁ ବିଲରେ ପରିଣତ କରାଯିବ । ଏନେଇ କେନ୍ଦ୍ର ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।

ଏହା ସହିତ ଜମ୍ମୁ-କାଶ୍ମୀରରେ ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ ଦେଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସଂରକ୍ଷଣ ଦ୍ବାରା ଜମ୍ମୁ-କାଶ୍ମୀରର ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ରହୁଥିବା ଲୋକଙ୍କୁ ଆଶ୍ବସ୍ତି ମିଳିପାରିବ ।

ତେବେ ସରକାରଙ୍କ ଏହି ନିଷ୍ପତି ପରେ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଲୋକଙ୍କ ସମେତ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ରହୁଥିବା ଲୋକ ମଧ୍ୟ ସଂରକ୍ଷଣର ଲାଭ ପାଇପାରିବେ । ସେମାନେ ଚାକିରି କ୍ଷେତ୍ରରେ ସିଧାସଳଖ ଭର୍ତ୍ତି, ପଦନ୍ନୋତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇପାରିବେ ।

ସୂଚନା ଯୋଗ୍ୟ ଯେ, ମନ୍ତ୍ରୀଙ୍କୁ ସେମାନଙ୍କ ଦାୟିତ୍ବ ହସ୍ତାନ୍ତର କରାଯିବା ପରେ କେନ୍ଦ୍ର ମନ୍ତ୍ରିପରିଷଦର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି ।

Intro:Body:

gs

Conclusion:
Last Updated : Jun 13, 2019, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.