ETV Bharat / bharat

ବିଜେପି ସରକାର ଏବଂ ଏମଏନସିର ମଧୁଚନ୍ଦ୍ରିକା ପଦାରେ ପଡିଛି: କଂଗ୍ରେସ - Unholy nexus of BJP govt and MNC

ମୋଦି ସରକାର ପ୍ରତିକୂଳ ପରିସ୍ଥିତିର ସୁଯୋଗ ନେଉଛନ୍ତି । ଲୋକଙ୍କ ଖର୍ଚ୍ଚରେ ଲାଭବାନ ହେଉଥିବା ଏମଏନସି କମ୍ପାନୀ ସହିତ ବିଜେପି ସରକାରଙ୍କ ମଧୁଚନ୍ଦ୍ରିକାକୁ ଦର୍ଶାଉଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ।

ରଣଦୀପ ସୁରଜେୱାଲା
ରଣଦୀପ ସୁରଜେୱାଲା
author img

By

Published : Jul 10, 2020, 2:20 PM IST

ନୂଆଦିଲ୍ଲୀ : ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ଫେସ୍ ମାସ୍କ ଏବଂ ସାନିଟାଇଜରକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ । ଏହା ବିଜେପି ସରକାର ଏବଂ ଏମଏନସି ମଧ୍ୟର ମଧୁଚନ୍ଦ୍ରିକାକୁ ଦର୍ଶାଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଏନେଇ ଟ୍ବିଟ କରି କହିଛନ୍ତି, ମୋଦି ସରକାର ପ୍ରତିକୂଳ ପରିସ୍ଥିତିର ସୁଯୋଗ ନେଉଛନ୍ତି । ଲୋକଙ୍କ ଖର୍ଚ୍ଚରେ ଲାଭବାନ ହେଉଥିବା ଏମଏନସି କମ୍ପାନୀ ସହିତ ବିଜେପି ସରକାରଙ୍କ ମଧୁଚନ୍ଦ୍ରିକାକୁ ଦର୍ଶାଉଛି । ସରକାର ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ହଟାଇ ଦେଇଛନ୍ତି । ବର୍ତ୍ତମାନ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଯେକୌଣସି ଏମଆରପିରେ ବିକ୍ରି ହୋଇପାରିବ। ଦେଶରେ ଲକଡାଉନ ହେତୁ ସାନିଟାଇଜର ଏବଂ ମାସ୍କର ଚାହିଦା ବଢିପାରେ ଏବଂ ଏହା ଡିସେମ୍ବର 31, 2020 ପର୍ଯ୍ୟନ୍ତ ଇସି ଆକ୍ଟ ଅଧୀନରେ ରଖାଯିବା ଉଚିତ୍ ବୋଲି ଜୁନ୍ 16 ରେ ବିଜେପି ସରକାର କହିଥିଲେ । ଯଦି ଜୁନ୍ 16 ରେ, ଡିସେମ୍ବର 30 ପର୍ଯ୍ୟନ୍ତ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଥିଲା । ତାହା 15 ଦିନରେ କଣ ବଦଳିଗଲା ? ସରକାର କାହିଁକି ଲୋକଙ୍କୁ ଲୁଟିବାକୁ ଚାହୁଁଛନ୍ତି ? କୋରୋନା ସହ ଲଢିବା ପାଇଁ ଏହି ଜରୁରୀ ସାମଗ୍ରୀର ମୂଲ୍ୟ ସୀମା କାହିଁକି ନିର୍ଦ୍ଧାରିତ ନାହିଁ ? କୋରେନା ବିରୋଧରେ ଯୁଦ୍ଧ ଶେଷ ହୋଇଛି କି ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ଫେସ୍ ମାସ୍କ ଏବଂ ସାନିଟାଇଜରକୁ ବାଦ ଦେଇଛନ୍ତି। ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ ଏସେନସିଆଲ୍ କମୋଡିଟିସ୍ ଆକ୍ଟରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି । ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବର୍ତ୍ତମାନ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଜରୁରୀ କମୋଡିଟି ଆକ୍ଟରୁ ହଟାଇ ଦେଇଛି।

ନିଷ୍ପତ୍ତିକୁ ନେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଅତ୍ୟାବଶ୍ୟକ ତାଲିକାରୁ ଉତ୍ପାଦଗୁଡିକୁ ସରକାର ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ ଥିବା କମ୍ପାନୀଗୁଡିକ ଏବେ ନିଜ ହିସାବରେ ଫେସ୍ ମାସ୍କ ଏବଂ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ । ଫେସ୍ ମାସ୍କ ଏବଂ ସାନିଟାଇଜର ତିଆରି କରିବା ପାଇଁ କମ୍ପାନିମାନେ ବ୍ୟବହାର କରୁଥିବା ଉପାଦାନ ହିସାବ‌ରେ ଏହାର ମୂଲ୍ୟ କମ ବା ବଢ଼ାଇ ପାରିବେ ।

ମାର୍ଚ୍ଚ ମାସରେ ଦେଶରେ କୋରୋନା ମାମଲା ବଢ଼ିବା ଆରମ୍ଭ ହେବାପରେ ବଜାରରେ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଅଭାବ ଦେଖାଯାଇଥିଲା । ଏହାକୁ ନଜରରେ ରଖି ସରକାର ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ସାମିଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.