ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 1 କୋଟି ଦେବେ ଉଦ୍ଧବ ଠାକରେ - ram mandir

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଆଘାଡି ସରକାରକୁ 100 ଦିନ ପୁରିଛି । ଏହି ଅବସରରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ 1 କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଉଦ୍ଧବ । ଅଧିକ ପଢନ୍ତୁ...

uddhav-thackeray
ଉଦ୍ଧବ ଠାକରେ
author img

By

Published : Mar 7, 2020, 4:29 PM IST

ଲକ୍ଷ୍ନୌ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଆଘାଡି ସରକାରକୁ 100 ଦିନ ପୁରିଛି । ଏହି ଅବସରରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି ଠାକରେ ପରିବାର । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ 1 କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଉଦ୍ଧବ । ତେବେ ଏହି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ନୁହେଁ ବରଂ ତାଙ୍କର ନିଜସ୍ବ ଟ୍ରଷ୍ଟରୁ ଦେବେ ବୋଲି ଉଦ୍ଧବ କହିଛନ୍ତି ।

ଏନେଇ ଉଦ୍ଧବ ଠାକରେ କହିଛନ୍ତି, ମୁଁ ଏଠାକୁ ରାମଲାଲାଙ୍କ ଆଶୀର୍ବାଦ ନେବାକୁ ଆସିଛି । ଗତ ଦେଢବର୍ଷରେ ଏହା ମୋର ତୃତୀୟ ଅଯୋଧ୍ୟା ଗସ୍ତ । ମୁଁ ଏଠାରେ ପୂଜାର୍ଚ୍ଚନା ମଧ୍ୟ କରିବି । ମୁଁ ବିଜେପିଠାରୁ ଅଲଗା ହୋଇଛି, ହିନ୍ଦୁତ୍ବଠାରୁ ନୁହେଁ । ବିଜେପିର ଅର୍ଥ ହିନ୍ଦୁତ୍ବ ନୁହେଁ । ବିଜେପି ଏବଂ ହିନ୍ଦୁତ୍ବ ଉଭୟ ଭିନ୍ନ ଭିନ୍ନ ଜିନିଷ ।

ସୂଚନାଯୋଗ୍ୟ ଯେ, 2019 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି । ନଭେମ୍ବର 28 ତାରିଖରେ ଏହି ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ନେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.