ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ମଞ୍ଜଙ୍ଗାମର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜମ୍ମୁକାଶ୍ମୀର ଆଇଜି।
ଏନକାଉଣ୍ଟର ବେଳେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ଅପରେସନ (CASO)34 ଟି ଆରଆର, ସିଆରପିଏଫ୍ ଏବଂ କୁଲଗାମ ପୋଲିସର ମିଳିତ ଉଦ୍ୟମରେ କରାଯାଇଛି।
ତେବେ ଏହି ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇ ପ୍ରତିଶୋଧ ନେଇଥିଲେ ଏବଂ ଏନକାଉଣ୍ଟରରେ ଦୁଇ ଜଣ ନିହତ ହୋଇଛନ୍ତି।
ଏହାପୂର୍ବରୁ ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂଙ୍କ ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର LoC ପାର୍ଶ୍ୱରେ 300 ରୁ ଅଧିକ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଲୁଚି ରହିଛନ୍ତି ଓ ସେମାନେ ବଳପୂର୍ବକ ଭାରତୀୟ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ଡିଜିପି ଆହୁରି କହିଛନ୍ତି ଯେ ପାକିସ୍ତାନର ଆଇଏସଆଇ, ସେନା ଏବଂ ଅନ୍ୟାନ୍ୟ ଏଜେନ୍ସି ବହୁତ ସକ୍ରିୟ ଏବଂ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଲଞ୍ଚ ପ୍ୟାଡରେ ପ୍ରସ୍ତୁତ ଅଛନ୍ତି ।