ETV Bharat / bharat

ନିପାହ ଭାଇରସ: 7 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମାରାତ୍ମକ ନିପାହ ଭୁତାଣୁରେ ଆଉ ଦୁଇଜଣ ଆକ୍ରାନ୍ତ ହୋଇଥିବା ଖବର ସମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିପାହରେ 7 ଜଣ ଆକ୍ରନ୍ତ ହୋଇଥିବା ବେଳେ ସେମାନଙ୍କୁ ସାଧାରଣ ରୋଗୀଙ୍କଠୁ ଅଲଗା କରାଯାଇ ଏର୍ଣ୍ଣାକୁଲମର ସରକାରୀ ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି ।

author img

By

Published : Jun 6, 2019, 12:57 PM IST

ପ୍ରତିକାତ୍ମକ ଫଟୋ

କୋଚି: କେରଳରେ ମାରାତ୍ମକ ନିପାହ ଭୂତାଣୁକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ଲାଗିରହିଛି । ଏର୍ଣ୍ଣାକୁଲମରେ ଜଣେ 23 ବର୍ଷୀୟ କଲେଜ ଛାତ୍ର ନିପାହରେ ଆକ୍ରାନ୍ତ ହୋଇଥିବା ପୁଷ୍ଟି ହୋଇଥିବା ବେଳେ ଆଉ ଦୁଇଜଣ ଏହି ଭୂତାଣୁ ଦ୍ବରା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ନିପାହରେ 7 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ ସାଧାରଣ ରୋଗୀଙ୍କଠୁ ଅଲଗା କରାଯାଇ ଏର୍ଣ୍ଣାକୁଲମର ସରକାରୀ ମେଡିକାଲ କଲେଜର ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି । ନିପାହରେ ଆକ୍ରାନ୍ତ 6 ଜଣଙ୍କ ନମୁନା ବୁଧବାର ସକାଳେ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜି ଲ୍ୟାବ୍‌କୁ ପଠାଇ ଦିଆଯାଇଛି ।

ନିପାହ ଭୂତାଣୁରେ ଆକ୍ରାନ୍ତ ହୋଇଥିବା 6 ଜଣଙ୍କ ମଧ୍ୟରୁ 4 ଜଣ ଏର୍ଣ୍ଣାକୁଲମର 23 ବର୍ଷୀୟ ଛାତ୍ରର ସାଙ୍ଗ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଛାତ୍ରକୁ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରୁଥିବା ନର୍ସ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି ।ରାଜ୍ୟରେ ମୋଟ 314 ଜଣଙ୍କ ସ୍ବାସ୍ଥାବସ୍ଥା ଉପରେ ନଜର ରଖାଯାଇଛି ବୋଲି ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଡ. ରାଜନ ଏନ ଖୋବରାଗଡେ ସୂଚନା ଦେଇଛନ୍ତି ।

ସ୍ଲଗ- ବଜ୍ରପାତ ପ୍ରଭାବରେ 3 ଆହତ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 6/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ବଜ୍ରପାତ ପ୍ରଭାବରେ 3ଜଣ ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତ ରାତିରେ ଖଇରା ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଏଥିରେ ପ୍ରବଳ ଘଡଘଡି ସାଙ୍ଗକୁ ବଜ୍ରପାତ ହୋଇଥିଲା। ଖଇରା ଥାନା ବାରାଜୋଡୀର ଏକ ପାନ ଦୋକାନରେ ବସିଥିବା ବେଳେ ବସନ୍ତ ସେଠି ଓ ରମାକାନ୍ତ ଜେନା ବଜ୍ରାଘାତର ଶିକାର ହୋଇଥିଲେ। ଅନ୍ୟଜଣେ ମହିଳା ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ଯୋଗୁଁ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ତୁରନ୍ତ ଖଇରା ମେଡିକାଲ ଅଣାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.