ETV Bharat / bharat

ସୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିହତ

author img

By

Published : Oct 19, 2020, 7:35 PM IST

Updated : Oct 19, 2020, 8:05 PM IST

ଜମ୍ମୁ ଓ କାଶ୍ମୀର ସୋପିଆନ ଜିଲ୍ଲାରେ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ। ସୋପିଆନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଅଧିକ ପଢ଼ନ୍ତୁ...

ଜମ୍ମୁର ସୋପିଆନ ଅଞ୍ଚଳରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନ ଜିଲ୍ଲାର ମେଲହୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।

ସୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିହତ

ମେଲହୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲା ଜମ୍ମୁ ପୋଲିସ। ଏହାପରେ ଜମ୍ମୁ ପୋଲିସ ସେନା 55 ଆରଆର ଓ ସିଆରପିଏଫର ମିଳିତ ଉଦ୍ୟମରେ ମେଲହୋରା ଅଞ୍ଚଳରେ କର୍ଡନ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଏକ ସନ୍ଦିଗ୍ଧ ସ୍ଥାନ ଖୋଜି ପାଇଥିଲେ ସୁରକ୍ଷାକର୍ମୀ। ସେଠାରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆତଙ୍କବାଦୀଙ୍କ ଉପରେ ପାଲଟା ଗୁଳିମାଡ କରିଥିଲେ। ଏଥିରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2020, 8:05 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.