ETV Bharat / bharat

ଦୁଇ ବିଦେଶୀ ଛାତ୍ରଙ୍କୁ ଅମାନୁଷିକ ଭାବେ ପିଟିଲେ କଲେଜ ଗାର୍ଡ , ଭିଡିଓ ଭାଇରାଲ - ଉତ୍ତରାଖଣ୍ଡରେ ବିଦେଶୀ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ

ରୁଡକିରେ ବିଦେଶୀ ଛାତ୍ରଙ୍କୁ ନିର୍ମମ ଭାବେ ମାଡ ମରାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଭଗବାନପୁର ପୋଲିସ ଷ୍ଟେସନ ପରିସରରେ ଥିବା ରୁଡକି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କଲେଜର ବୋଲି ଜଣାଯାଉଛି । ଭିଡିଓରେ କଲେଜ ଗାର୍ଡ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଏହି ଘଟଣା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

କଲେଜ ଗାର୍ଡ
କଲେଜ ଗାର୍ଡ
author img

By

Published : Jul 16, 2020, 9:43 PM IST

ଡେରାଡୁନ: ଉତ୍ତରାଖଣ୍ଡର ରୁଡକିରେ ବିଦେଶୀ ଛାତ୍ରଙ୍କୁ ନିର୍ମମ ଭାବେ ମାଡ ମରାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଭଗବାନପୁର ପୋଲିସ ଷ୍ଟେସନ ପରିସରରେ ଥିବା ରୁଡକି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କଲେଜର ବୋଲି ଜଣାଯାଉଛି । ଭିଡିଓରେ କଲେଜ ଗାର୍ଡ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଏହି ଘଟଣା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ଦୁଇ ବିଦେଶୀ ଛାତ୍ରଙ୍କୁ ଅମାନୁଷିକ ଭାବେ ପିଟିଲେ କଲେଜ ଗାର୍ଡ , ଭିଡିଓ ଭାଇରାଲ

କୁହାଯାଉଛି ଯେ କୌଣସି କାରଣରୁ ଜଣେ ବିଦେଶୀ ଛାତ୍ରକୁ କଲେଜରୁ ବାହାର କରିଦିଆଯାଇଥିଲା । ଏହା ସତ୍ତ୍ବେ ଛାତ୍ର ଓ ତାଙ୍କ ସାଥୀ କଲେଜ ହଷ୍ଟେଲରେ ରହୁଥିଲେ । ଛାତ୍ରଙ୍କୁ କଲେଜରୁ ବାହାର କରିବା ପାଇଁ ଗାର୍ଡ ପହଞ୍ଚିଥିଲେ । ଏହାପରେ ସେଠାରେ ବିଦେଶୀ ଛାତ୍ର ଓ ଗାର୍ଡଙ୍କ ମଧ୍ୟରେ ବଚସା ହୋଇଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ 12ରୁ ଉର୍ଦ୍ଧ୍ବ ଗାର୍ଡ ପହଞ୍ଚିଥିଲେ । ଏହାପରେ ବିଦେଶୀ ଛାତ୍ରଙ୍କୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ପରେ ଉଭୟ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆରୋଗ୍ୟମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଥି ସହ ମାଙ୍ଗାଲୋର ସିଓ ଅଭୟ କୁମାର କହିଛନ୍ତି ଯେ, ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ବିଳମ୍ବିତ ରାତିରେ ସୂଚନା ମିଳିଥିଲା । ଏହାର ଆଧାରରେ 8 ଜଣଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଭିଡିଓ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି। ସିଓ କହିଛନ୍ତି ଯେ ଏପରି ଘଟଣା ନିନ୍ଦନୀୟ, ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.