ETV Bharat / bharat

ଗୋଟିଏ ପରିବାରର 4 ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା, 2 ପୋଲିସ ଗିରଫ

ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ଗୋଟିଏ ପରିବାରର ଆତ୍ମହତ୍ୟା ଘଟଣାରେ ଦୁଇ ପୋଲିସ ଅଧିକାରୀ ଗିରଫ । ଅଧିକ ପଢନ୍ତୁ...

author img

By

Published : Nov 9, 2020, 9:35 AM IST

Two Andhra cops arrested over mass suicide in a family
ଗୋଟିଏ ପରିବାରର ଆତ୍ମହତ୍ୟା ଘଟଣାରେ ଦୁଇ ପୋଲିସ ଅଧିକାରୀ ଗିରଫ

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ଗୋଟିଏ ପରିବାରର ଚାରିଜଣଙ୍କ ଆତ୍ମହତ୍ୟା ଘଟଣାରେ ସୋମବାର ଜଣେ ସର୍କଲ ଇନ୍ସପେକ୍ଟର ଏବଂ ଜଣେ ହେଡ କନଷ୍ଟେବଳଙ୍କୁ ଗିରଫ କରାଯାଇଛି । ସୋମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁସାରେ, ନନ୍ଦୟାଲ ସହରରେ ଗୋଟିଏ ପରିବାରକୁ ପୋଲିସ ଏକ ମିଛ ଘଟଣାରେ ଫସାଇଥିବା ନେଇ ଗତ ନଭେମ୍ବର 4 ତାରିଖରେ ପରିବାରର ସମସ୍ତେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଇଥିଲେ । ଆତ୍ମହତ୍ୟା ପୂର୍ବରୁ ପରିବାରର ମୁଖ୍ୟ ସଲିମ ଏକ ଭିଡିଓରେ ପୋଲିସର ନିର୍ଯାତନାରେ ସପରିବାର ଏପରି ନିଷ୍ପତି ନେଇଥିବା କହିଥିଲେ । ତେବେ ଉକ୍ତ ଭିଡିଓକୁ ଆଧାର କରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଘଟଣାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତ ପାଇଁ ଦୁଇ ବରିଷ୍ଠ ପୋଲିସ ଅଧିକାରୀ ଶଙ୍କା ବ୍ରାଟା ବାଗଚି ଓ ଗୁଣ୍ଟୁର ଆରିଫ ହାଫିଜଙ୍କୁ ଦାୟିତ୍ବଭାର ଦିଆଯାଇଥିଲା । ତଦନ୍ତ ପରେ ପୋଲିସ ସର୍କଲ ଇନ୍ସପେକ୍ଟର ସୋମଶେଖର ରେଡ୍ଡି ଓ ହେଡ କନଷ୍ଟେବଳ ଗଙ୍ଗାଧରଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆତ୍ମହତ୍ୟା ନେଇ ପ୍ରର୍ବତ୍ତାଇବା ପାଇଁ ଧାରା 306, ଶାରୀରିକ ଆଘାତ ଦେବା ନେଇ ଧାରା 323, 324ରେ ମାମଲା ରୁଜ୍ଜୁ ହୋଇଛି । ଘଟଣାର ତଦନ୍ତ ଉପରେ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବରେ ନଜର ରଖିଥିବା କହିଛନ୍ତି ।

ତେବେ ଦୋଷୀ ଯିଏ ହେଉନା କାହିଁକି ତଦନ୍ତ କରାଯାଇ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି ଗୌତମ ସାୱାଙ୍ଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.