ETV Bharat / bharat

ଏବେ ଆଣ୍ଡ୍ରଏଡ ୟୁଜର୍ସ ବି ଦେଖିପାରିବେ ରିଟ୍ବିଟ

ପୂର୍ବରୁ ଏହା କେବଳ ଆଇଓଏସ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା । ମେ 13ରେ ଏହି ନୂଆ ଫିଚର ସମ୍ପର୍କରେ ଘୋଷଣା କରିଥିଲା ଟ୍ବିଟର । ଅଧିକ ପଢନ୍ତୁ...

author img

By

Published : May 23, 2020, 4:44 PM IST

ଏବେ ଆଣ୍ଡ୍ରଏଡ ୟୁଜର୍ସ ବି ଦେଖିପାରିବେ ରିଟ୍ବିଟ
ଏବେ ଆଣ୍ଡ୍ରଏଡ ୟୁଜର୍ସ ବି ଦେଖିପାରିବେ ରିଟ୍ବିଟ

ହାଇଦ୍ରାବାଦ: ଆଇଓଏସ ପରେ ଏବେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ରିଟ୍ବିଟ ଅପସନ ଆଣିଛି ଟ୍ବିଟର । ଏହାଦ୍ବାରା ନିଜ ଟ୍ବିଟର ରିଟ୍ବିଟ ଦେଖିପାରିବେ ସମସ୍ତ ଆଣ୍ଡ୍ରଏଡ ବ୍ୟବହାରକାରୀ । ଏହାସହ ୱେବ ୟୁଜର୍ସଙ୍କୁ ମଧ୍ୟ ଏହି ସୁବିଧା ଦେଇଛି ଟ୍ବିଟର ।

ଏନେଇ ଟ୍ବିଟର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ପୂର୍ବରୁ ଏହା କେବଳ ଆଇଓଏସ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା । ମେ 13ରେ ଏହି ନୂଆ ଫିଚର ସମ୍ପର୍କରେ ଘୋଷଣା କରିଥିଲା ଟ୍ବିଟର । ଏହା ଅନୁସାରେ କୌଣସି ଏକ ଟ୍ବିଟ୍ ଉପରେ ଟାପ୍ କରିଲେ ଏହା ଏକ ଅପସନ ଦେଖାଇବ ଯେଉଁଥିରେ ଲେଖାଥିବ ରିଟ୍ବିଟ୍ସ । ଏହା ଉପରେ କ୍ଲିକ୍ କଲେ ଟ୍ବିଟ୍ କେତେଥର ରିଟ୍ବିଟ୍ ହୋଇଛି ଦେଖାଇବ ।

ରିଟ୍ବିଟ୍ସ ଉପରେ ଟାପ୍ କଲେ ୟୁଜର୍ସ ଅନ୍ୟ ଏକ ପେଜ ଦେଖିପାରିବେ । ଏଥିରେ 2ଟି ବିକଳ୍ପ ଦେଖାଇବ । ଗୋଟିଏରେ ଲେଖାଥିବ ରିଟ୍ବିଟ୍ସ ୱିଥ୍ କମେଣ୍ଟ । ଅନ୍ୟଟି କେବଳ ରିଟ୍ବିଟ୍ସ ଦେଖାଇବ । ଏଥିରେ ଟ୍ବିଟର କମେଣ୍ଟଗୁଡିକ ପ୍ରଦର୍ଶତ ହେବନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.