ଚେନ୍ନାଇ: ଡିଏମକେ ଅଧ୍ୟକ୍ଷ ଏମ୍.କେ ଷ୍ଟାଲିନଙ୍କୁ ଆଜି ଭେଟିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ। ଦେଶରେ ଲୋକସଭା ନିର୍ବାଚନ ଚାଲୁ ରହିଥିବା ବେଳେ ଦୁଇ ଦଳର ମୁଖିଆଙ୍କର ଏପରି ଭେଟ ରାଜନୀତିକୁ ଖୋରାକ ଯୋଗାଇଛି ।
ଷ୍ଟାଲିନଙ୍କ ନିଜସ୍ବ ବାସଭବନରେ ସାକ୍ଷତ କରିଛନ୍ତି ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ । ଦୁଇ ନେତାଙ୍କ ମଧ୍ୟରେ ଚେନ୍ନାଇରେ ହୋଇଥିବା ଏହି ସାକ୍ଷାତ ରାଜନୈତିକ ଉଦ୍ଦେଶ୍ୟମୂଳକ ହୋଇଥିବା ଅନୁମାନ କରାଯାଉଛି ।
କିନ୍ତୁ ଏହି ସାକ୍ଷାତକାର ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି ଉଭୟ ନେତା ।