ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଦ୍ୱାରା ବୁଧବାର(ଆଜି) ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ୍। ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲେ ମଧ୍ୟ ଏହା ରାଜ୍ୟସଭାରେ ଅଟକି ରହିଛି ।
ଆଜି ବଜେଟ ଅଧିବେଶନର ଶେଷ ଦିନ ହୋଇଥିବାରୁ ବିରୋଧୀ ଦଳ ଏହାକୁ ନେଇ ଗୃହରେ ହଟ୍ଟଗୋଳ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଲ୍ କୁ ରାଜ୍ୟସଭାରେ ଆଗତ କରାଇବା ସରକାରଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହୋଇପାରେ।
ସୂଚନା ଯୋଗ୍ୟ ଯେ ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲ୍କୁ ପ୍ରଥମେ ଚୟନ କମିଟିକୁ ପଠାଯାଉ ବୋଲି ବିରୋଧୀ ଦଳ ଦାବି କରି ଆସୁଥିବା ବେଳେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ ମଧ୍ୟ ତିନି ତଲାକ ସମ୍ବନ୍ଧୀୟ ବିଲ୍କୁ ମହିଳା ବିରୋଧି ବୋଲି ଅଭିଯୋଗ କରିଆସୁଛି।