ETV Bharat / bharat

କୋରୋନା ଡର: ୟୁରୋପ, ତୁର୍କୀ, ବ୍ରିଟେନକୁ ଭାରତ ମନା

author img

By

Published : Mar 17, 2020, 8:23 AM IST

ୟୁରୋପ, ତୁର୍କୀ, ବ୍ରିଟେନ ଯାତ୍ରୀଙ୍କ ସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ବନ୍ଦ ହେଲା ଭାରତ । ମାର୍ଚ୍ଚ 18ରୁ 31 ଯାଏଁ ଏହି ସବୁ ଦେଶକୁ ଭାରତ ମନା । ଅଧିକ ପଢନ୍ତୁ...

Travel ban
କୋରୋନା ଡର: ୟୁରୋପ, ତୁର୍କୀ, ବ୍ରିଟେନକୁ ଭାରତ ମନା

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଏନେଇ ବିଦେଶ ଯାତ୍ରୀ ତଥା ଯାତ୍ରା ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ବର୍ତ୍ତମାନ ୟୁରୋପ, ତୁର୍କୀ ଓ ବ୍ରିଟେନ ଯାତ୍ରୀଙ୍କୁ ବାରଣ କରାଯାଇଛି । ମାର୍ଚ୍ଚ 18 ପରଠାରୁ ଏହି ଦେଶରୁ କୌଣସି ଯାତ୍ରୀ ଭାରତ ଆସିପାରିବେ ନାହିଁ କି ସେଠାରେ ଥିବା ଭାରତୀୟ ମଧ୍ୟ ସ୍ବଦେଶ ଫେରିବେ ନାହିଁ । ମାର୍ଚ୍ଚ 18 ରୁ 31 ଯାଏଁ ଏହି କଟକଣା ବଳବତ୍ତର ରହିବ ।

ସୋମବାର ଏକ ଗଣମାଧ୍ୟମକ ସମ୍ବୋଧିତ କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲାଭ ଅଗ୍ରୱାଲ କହିଛନ୍ତି, ଯେ ମାର୍ଚ୍ଚ 18, 2020ରୁ ଯୁରୋପ, ତୁର୍କୀ ଓ ବ୍ରିଟେନ ଯାତ୍ରୀଙ୍କୁ ନିଷେଧ କରାଯାଇଛି । ଏହାର ପୁନଃ ସମୀକ୍ଷା କରାଯିବ । ଏପରିକି ୟୁଏଇ, କ୍ବେତାର, ଓମାନରୁ ଫେରିଥିବା ବ୍ୟକ୍ତି ବିଶେଷଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

ସେପଟେ, ଭାରତରେ ବର୍ତ୍ତମାନ 114 ଜଣଙ୍କ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 13 ଜଣ ଆରୋଗ୍ୟ ହୋଇଥିବାବେଳେ, 2 ଜଣ ପ୍ରାଣ ହାରିଛନ୍ତି । ସୂଚନାଯୋଗ୍ୟ, ଓଡିଶାରେ 4ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ସହ ଜଣେ ସଂକ୍ରମିତ ବୋଲି ସ୍ଫଷ୍ଟ ହୋଇଛି । ଜମ୍ମୁ କାଶ୍ମୀର, ଲଦାଖ ଓ କେରେଳାରେ ରୋଗୀ ଚିହ୍ନଟ ହୋଇ ଏବେ ଏହା 114ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.