ନୂଆଦିଲ୍ଲୀ: ଚେନ୍ନାଇ ବାସୀଙ୍କ ଶୋଷମେଣ୍ଟାଇବ ଟ୍ରେନ। ପାଣି ବୁନ୍ଦାଏ ପାଇଁ ଚାତକ ପରି ଚାହିଁରହିଥିବା ଜନସାଧାରଣଙ୍କୁ ଏହି ଟ୍ରେନ ଯୋଗାଇବ ପାଣି । ପାଖାପାଖି 50ଟି ୱାଗନ ଭର୍ତ୍ତି 50 ହଜାର ଲିଟର ପାଣି ଦକ୍ଷିଣ ଭାରତରୁ ପଠାଯାଇଛି ।
ଖବର ଅନୁଯାୟୀ, ଖରାପ ପାଗ ଓ କମ ବର୍ଷା ଯୋଗୁଁ ଚେନ୍ନାଇର ବିଭିନ୍ନ ନଦୀ ଗୁଡିକ ଚଳିତ ବର୍ଷ ଗ୍ରୀଷ୍ଣ ରତୁରେ ଶୁଖିଯାଇଛି। ଏହାସହ ଭାରତର ବିଭିନ୍ନ ସହର ଯେପରିକି ରାଜଧାନୀ ନୂଆଦିଲ୍ଲୀ, ବେଙ୍ଗାଲୁର ମଧ୍ୟ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛି । ଏହି ଟ୍ରେନ ଶୁକ୍ରବାର ଚେନ୍ନାଇରେ ପହଞ୍ଚିଛି । କିନ୍ତୁ ଟ୍ୟାଙ୍କରେ ଲିକ୍ ଯୋଗୁଁ ଟ୍ରେନ ପହଞ୍ଚିବାରେ ବିଳମ୍ବ ହୋଇଥିବା ରେଳ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ତେବେ ଟ୍ରେନ ପହଞ୍ଚିବା ପରେ ଚେନ୍ନାଇ ସହର ଉପକଣ୍ଠରେ ରହୁଥିବା ଜନସାଧାରଣ ରେଳ ଲାଇନ ଅବରୋଧ କରିବା ସହ ଲରୀ ଟ୍ୟାଙ୍କ ଧରି ପହଞ୍ଚିଗଲେଣି । ସେମାନଙ୍କ କହିବା ଅନୁସାରେ ଏହି ପାଣି ଆମ ପାଖରେ ପହଞ୍ଚିବା ଆଗରୁ ବଡବଡ ହୋଟେଲ ଓ ସହରବାସୀଙ୍କ ଦ୍ବାରା କାଳେ ଶେଷ ହୋଇଯିବାର ଭୟ ରହିଛି ।
ଏହାର କିଛିଦିନ ପୂର୍ବରୁ ତାମିଲନାଡୁ ସହରାଞ୍ଚଳର ହୋଟେଲ ଓ ରେସ୍ତୋରାଁ ଗୁଡିକରେ ପାଣି ଅଭାବରୁ ବନ୍ଦ ହୋଇପଡିଛି । ଛୋଟିଆ କୁଡିଆ ହୋଟେଲ ଠାରୁ ରେସ୍ତୋରାଁ ଗୁଡିକରେ ଗ୍ରାହକଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରଷା ଯାଉଛି । ଆଉ ଏଥିପାଇଁ ହୋଟେଲ ନୋଟିସ ବୋର୍ଡରେ ମଧ୍ୟ ଗ୍ରାହକଙ୍କ ସହମତି ମାଗୁଛନ୍ତି । ରାଜ୍ୟରେ ପାଣି ଅଭାବ ଯୋଗୁ ପ୍ଲେଟ ଯୋଗାଇବା ସମ୍ଭବ ହେଉନଥିବାବେଳେ ପତ୍ର ମାଧ୍ୟମରେ ଏ ସମସ୍ୟା ଅଳ୍ପକାଂଶରେ ଦୂର କରିହେବ ବୋଲି ରେସ୍ତୋରାଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାଯାଇଛି ।