ETV Bharat / bharat

ରେଳ ଧାରଣାରେ ଶୋଇଥିବାବେଳେ ଚଢିଗଲା ଟ୍ରେନ୍‌, 16 ଶ୍ରମିକ ମୃତ

ରେଳ ଧାରଣା ଉପରେ ଶୋଇ ରହିଥିବା ପ୍ରବାସୀଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ । ଘଟଣାସ୍ଥଳରେ 16 ମୃତ । ଲକଡାଉନ ପାଇଁ ନିଜ ଘରକୁ ଚାଲି ଚାଲି ରେଳ ଧାରଣା ଦେଇ ଫେରୁଥିଲେ ।

author img

By

Published : May 8, 2020, 8:33 AM IST

Updated : May 8, 2020, 11:17 AM IST

ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ, 15 ମୃତ

ମୁମ୍ବାଇ: ମହାରାଷ୍ଟ୍ର ଓ ଔରଙ୍ଗାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ରେଳ ଧାରଣା ଉପରେ ଶୋଇ ରହିଥିବା ପ୍ରବାସୀଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ । ଔରଙ୍ଗାବାଦ ଓ ଜାଲନା ରେଲୱେ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 16 ପ୍ରବାସୀ ମୃତ୍ୟୁବରଣ କରିଛନ୍ତି । ଅନେକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଟି ସକାଳ 6.30 ସମୟରେ ଘଟିଛି ।

ଏହି ସମସ୍ତ ଶ୍ରମିକ ରେଳ ଧାରଣା ଉପରେ ମହାରାଷ୍ଟ୍ରରୁ ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିଲେ । ରାତି ସମୟରେ ବିଶ୍ରାମ ନେବା ପାଇଁ ରେଳ ଲାଇନ ଉପରେ ଶୋଇଥିଲେ । ଘଟଣା ବିଷୟରେ ଖବର ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ରେଳ ଅଧିକାରୀ ପହଞ୍ଚିଛନ୍ତି ।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ଔରଙ୍ଗାବାଦର କର୍ମାଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖାଲି ମାଲବାହୀ ଟ୍ରେନର ଏକ କୋଚ୍ କିଛି ଲୋକଙ୍କ ଉପରେ ମାଡି ଯାଇଛି। ଘଟଣାସ୍ଥଳରେ ଆରପିଏଫ ଏବଂ ସ୍ଥାନୀୟ ପୋଲିସ ଉପସ୍ଥିତ ଅଛନ୍ତି।

ଲକଡାଉନ ପାଇଁ ସମସ୍ତ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ହଜାର ହଜାର ଶ୍ରମିକ ଚାଲି ଚାଲି ନିଜ ଗାଁ ଓ ସହରକୁ ଫେରୁଛନ୍ତି । ସୂଚନାଥାଉକି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରମିକଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯିବା ସତ୍ତ୍ବେ ଶ୍ରମିକ ଚାଲି ଚାଲି ଘରକୁ ଫେରୁଛନ୍ତି ।

Last Updated : May 8, 2020, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.