ETV Bharat / bharat

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଏହି ଦେଶ ବି ଗଣନ୍ତି ବଡ ତଣ୍ଡ

author img

By

Published : Sep 8, 2019, 9:48 PM IST

ସାରା ଦେଶରେ ଏବେ କୋକୁଆ ଭୟ ସୃଷ୍ଟି କରିଛି ନୂତନ ମୋଟର ଯାନ ଆଇନ । କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶ ମାନଙ୍କରେ ବି ସମାନ ଅବସ୍ଥା । ଟିକିଏ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣିଥାନ୍ତି ତାଇବାନ , ଓମାନ, ଫିନଲାଣ୍ଡ, ହଲାଣ୍ଡ, ବ୍ରିଟେନ ଭଳି ଦେଶ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କୋକୁଆ ଭୟ ସୃଷ୍ଟି କରିଛି ନୂତନ ମୋଟର ଯାନ ଆଇନ । ଏହି ଆଇନ ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଏହି ନିୟମକୁ ନେଇ ଚାରିଆଡେ ଚର୍ଚ୍ଚା । କାରଣ ଏହି ନିୟମ ଅନୁସାରେ, ଯେଉଁ ବ୍ୟକ୍ତି ବିଶେଷ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ତାଙ୍କୁ ହଜାର କି ଦୁଇ ହଜାର ନୁହେଁ ଏକାଥରେ ପାଞ୍ଚରୁ ଦଶ ହଜାର ତଣ୍ଡ ଗଣିବାକୁ ପଡୁଛି।

ତେବେ କେନ୍ଦ୍ରର ଏହି ଆଇନ ପରେ ସବୁ ରାଜ୍ୟ ଏବେ ଥରହର । ଘରୁ ବାହାରିବା ମାତ୍ରେ ମନରେ ଭୟ ସଞ୍ଚାର ହେଉଛି, ପକେଟରୁ ଜରିମାନା ଯିବନି ତ । ସବୁ ଡକ୍ୟୁମେଣ୍ଟ ସାଥିରେ ଥିଲେ ବି ଡର କାଳେ କେଉଁଠି ଭୁଲ ରହିଯିବ ଆଉ ପକେଟରୁ ଚାଲିଯିବ ବଡ ଆକାରର ତଣ୍ଡ । ହେଲେ ଏଠାରେ ଜାଣିରଖନ୍ତୁ କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶ ମାନଙ୍କରେ ବି ସମାନ ଅବସ୍ଥା । ଟିକିଏ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣିଥାନ୍ତି ତାଇବାନ , ଓମାନ, ଫିନଲାଣ୍ଡ, ହଲାଣ୍ଡ, ବ୍ରିଟେନ ଭଳି ଦେଶ ।

  • ତାଇବାନ: ଏହି ଦେଶରେ ନିଶାଶକ୍ତ ଅବସ୍ଥାରେ ଯଦି ଗାଡି ଚଲାଇ ଚାଳକ ଧରା ପଡେ ତେବେ 4 ଲକ୍ଷରୁ ଅଧିକ ଜୋରିମାନା ଦେବାକୁ ପଡିଥାଏ । ସେହିଭଳି ଗାଡି ଧକ୍କାରେ ଯଦି କେହି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ଅଭିଯୁକ୍ତ ଗାଡି ଡ୍ରାଇଭରଙ୍କୁ 10 ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିଥାଏ ।
  • ଓମାନ: ଏଠାରେ ଯଦି ଆପଣ ମୋବାଇଲରେ କଥା ହୋଇ ଗାଡି ଚଲାଉଥିବା ବେଳେ ଧରା ପଡନ୍ତି ତେବେ 10 ଦିନ ଜେଲଦଣ୍ଡ ଭୋଗିବା ସହ 56 ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।
  • ଫିନଲ୍ୟାଣ୍ଡ: ଏହି ଦେଶରେ ଦ୍ରୁତଗତିରେ ଗାଡି ଚଲାଇଲେ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଏଠାରେ ଗାଡି ମାଲିକଙ୍କ ଆୟ ଉପରେ ନଜର ରଖି ଜରିମାନା ଆଦାୟ କରାଯାଇଥାଏ ।
  • ହଲାଣ୍ଡ: ଏହି ଦେଶରେ ଯଦି ଦ୍ରୁତ ଗତିରେ ଗାଡି ଚଲାଯାଏ ତେବେ ଟ୍ରାଫିକ ପୋଲିସ ଗାଡିକୁ ଜବତ କରିବା ସହ ବଡ ଆକାରର ତଣ୍ଡ ଗଣିବାକୁ ପଡିଥାଏ ।
  • ସେହିଭଳି ବ୍ରିଟେନରେ ଯଦି ଗାଡି ଚଳାଇବା ସମୟରେ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ ଆପଣ ବ୍ୟବହାର କରୁଛନ୍ତି ତେବେ 17 ହଜାର ଟଙ୍କାର ଜରିମାନା ଗଣିବାକୁ ପଡିଥାଏ । ତେବେ ଏହି ଦଣ୍ଡ କେବଳ ପ୍ରଥମ ଥର ନିୟମ ଉଲ୍ଲଂଘନ କରିଥିବାର ତଣ୍ଡ ହୋଇଥାଏ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.