ETV Bharat / bharat

24 ଘଣ୍ଟାରେ ସରିଛି 7,20,362 ନମୂନା ପରୀକ୍ଷା: ଆଇସିଏମଆର

ଗତ 24 ଘଣ୍ଟାରେ ଦେଶରେ 7ଲକ୍ଷ 20ହଜାର 36 ନମୂନା ପରୀକ୍ଷା ସରିଛି । ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଏହି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 4 କୋଟି 95 ଲକ୍ଷ 51 ହଜାର 507ଟି ସାମ୍ପଲ ପରୀକ୍ଷା କରାଯାଇଛି ।

corona testing
24 ଘଣ୍ଟାରେ ସରିଛି 7,20,362 ନମୂନା ପରୀକ୍ଷା
author img

By

Published : Sep 7, 2020, 11:21 AM IST

ନୂଆଦିଲ୍ଲୀ:ଦେଶରେ କୋରୋନା ମାମଲା 42 ଲକ୍ଷ ପାର କରିଛି । ଦେଶରେ ବଢୁଥିବା ମହାମାରୀ କୋରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ କୋରୋନା ପରୀକ୍ଷା କରାଯାଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶରେ 7 ଲକ୍ଷ 20ହଜାର 36 ନମୂନା ପରୀକ୍ଷା ସରିଛି। ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଏହି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 4 କୋଟି 95 ଲକ୍ଷ 51 ହଜାର 507ଟି ସାମ୍ପଲ ପରୀକ୍ଷା କରାଯାଇଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 90,802 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1016 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 42,04,614ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 32,50,429 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 8,82,542 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ ମାରାତ୍ମକ ଭାଇରସ କାରଣରୁ 71,642 ଆକ୍ରାନ୍ତ ପ୍ରାଣ ହରାଇଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.