ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS@1 PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1 PM
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 4, 2020, 1:02 PM IST

1.ରାଜ୍ୟରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସ୍ଥିତି ଅଣାୟତ୍ତ

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3267 ନୂଆ ଆକ୍ରାନ୍ତ ଚିହ୍ନଟ । 9 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 1961 କ୍ବାରେଣ୍ଟାଇନ ସେଣ୍ଟର ଓ 1306 ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ରହିଛନ୍ତି।

2-ରାଜ୍ୟରେ କିଲର୍‌ କୋରୋନା ନେଲା ପୁଣି 9 ମୁଣ୍ଡ

ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ । ଆଜକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 531କୁ ବୃଦ୍ଧି ପାଇଛି ।

3-ସୁଶାନ୍ତ ମୃତ୍ୟୁ ମାମଲା: NCB ଚଢାଉ ଶେଷ, ସାମୁଏଲ ଓ ସୌଭିକ ଅଟକ

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସସପେନ୍ସ ବଢିଚାଲିଛି। ବର୍ତ୍ତମାନ ଚଢାଉ ଶେଷ ହୋଇଥିବା ବେଳେ ଏନସିବି ଟିମ୍ ସାମୁଏଲ ମିରାଣ୍ଡା ଓ ରିୟାଙ୍କ ଭାଇ ସୌଭିକଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛନ୍ତି।

4-କୋରୋନା ଯୋଦ୍ଧାଙ୍କୁ ମାଗଣା ସ୍କୁଟି ଦେବାକୁ କହି ଟଙ୍କା ହଡପ ଅଭିଯୋଗ, 2 ଗିରଫ

ମାଲକାନଗିରିରେ କୋରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ଦେବାକୁ କହି ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

5-ବନ୍ୟା ପରେ ସହିମାଢ ଗାଁରେ ବ୍ୟାପିଲା ଝାଡାବାନ୍ତି, 12ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି

ଗ୍ରାମର ୧୨ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆହୁରି ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି ।

6-ହାଇଦ୍ରାବାଦ ନାଗାର୍ଜୁନସାଗର ରୋଡରେ ମର୍ମନ୍ତୁଦ ଦୁର୍ଘଟଣା, 5 ମୃତ

ହାଇଦ୍ରାବାଦ ନାଗାର୍ଜୁନସାଗର ରୋଡରେ ଓଲଟିଲା କାର । ଘଟଣାସ୍ଥଳରେ 5 ମୃତ । ପୋଲିସର ତଦନ୍ତ ଜାରି ।

6-କଳାହାଣ୍ଡିରେ 1500 ପାର୍‌ କୋରୋନା ମାମଲା

ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପର ଠାରୁ ସଂକ୍ରମଣ ମାମଲା ବଢିବାରେ ଲାଗିଛି । କଳାହାଣ୍ଡିରେ ପ୍ରତ୍ୟେକ ଦିନ 50 ରୁ ଅଧିକ ମାମଲା ରିପୋର୍ଟ ହେବାର ଲାଗିଛି ।

7-ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ, ବହୁ ପରିମାଣ ଦେଶୀ ମଦ ଜବତ

ବ୍ରହ୍ମପୁର ଅବକାରୀ ସଦର ବିଭାଗ ଏବଂ ମୋବାଇଲ ଟିମ ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ବୁଦଲୁଣ୍ଡି ଗାଁରେ ଚଢାଉ କରିଥିଲା । ସେଠାରୁ ୨୫ ଶହ ଲିଟର ଗୁଡ ମିଶ୍ରିତ ମଦ ପ୍ରସ୍ତୁତ ସାମଗ୍ରୀ ସମେତ ୧୨୦ ଲିଟର ଦେଶୀ ମଦ ଜବତ କରିଛି ବିଭାଗ ।

9-କମିଲା ବନ୍ୟା ବିପଦ, ବଢିଲା ଗରିବଙ୍କ ଦୁଃଖ

ରାଜ୍ୟରେ ସପ୍ତାହେ ତଳେ ଲାଗି ରହିଥିବା ବର୍ଷା ବନ୍ଦ ହେବା ପରେ ଟଳିଛି ମହାନଦୀରେ ବନ୍ୟା ବିପଦ । ହେଲେ ଲଗାଣ ବର୍ଷା ପ୍ରଭାବରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭୁଶୁଡି ପଡିଥିବା ବେଳେ ବନ୍ୟା ଜଳ ଯୋଗୁଁ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

10-ସୌର ଆଲୋକରେ ଝଲସିବ ଅଯୋଧ୍ୟା, କାର୍ଯ୍ୟ ଆରମ୍ଭ ପାଇଁ ଯୋଗୀଙ୍କ ପରାମର୍ଶ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଅଧିକାରୀମାନଙ୍କୁ ଗୁଣବତ୍ତା ବଜାୟ ରଖିବାବେଳେ ଅଯୋଧ୍ୟାଙ୍କ ବିକାଶ କାର୍ଯ୍ୟକୁ ଫାଷ୍ଟ-ଟ୍ରାକ୍ ମୋଡରେ ରଖିବାକୁ କହିଛନ୍ତି। ଏକ ବିବୃତ୍ତି ଅନୁଯାୟୀ, କାର୍ଯ୍ୟର ଆନ୍ତ-ବିଭାଗୀୟ ସମୀକ୍ଷାରେ ସିଏମ୍ କହିଛନ୍ତି ଯେ, ସହରର ସର୍ବଦଳୀୟ ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଗୁଣାତ୍ମକମାନ ପାଳନ କରୁଥିବାବେଳେ ସମସ୍ତ କାର୍ଯ୍ୟ ଏକ ସମୟସୀମା ମଧ୍ୟରେ ଶେଷ ହେବା ଉଚିତ୍।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.