ETV Bharat / bharat

ଆସାମରୁ 3 ରୋହିଙ୍ଗ୍ୟା ଯୁବତୀ ଗିରଫ - ଆସାମରରୁ ରୋହିଙ୍ଗ୍ୟା ଗିରଫ ଘଟଣ

ଆସାମର କାଚର ଜିଲ୍ଲା ଦଲାଇ ଅଞ୍ଚଳରୁ ତିନିଜଣ ରୋହିଙ୍ଗ୍ୟା ବାଳିକାଙ୍କୁ ଗିରଫ କରିଛି ପୋଲିସ । ବାଂଲାଦେଶରୁ ଭାରତ ପ୍ରବେଶ କରିଥିବା ସନ୍ଦେହ । ପଢନ୍ତୁ ଅଧିକ.....

ଆସାମରରୁ ତିନିଜଣ ରୋହିଙ୍ଗ୍ୟା ଯୁବତୀ ଗିରଫ
ଆସାମରରୁ ତିନିଜଣ ରୋହିଙ୍ଗ୍ୟା ଯୁବତୀ ଗିରଫ
author img

By

Published : Dec 7, 2020, 9:45 PM IST

ଗୌହାଟି: ଆସାମର କାଚର ଜିଲ୍ଲାର ଦଲାଇ ଅଞ୍ଚଳରୁ ତିନିଜଣ ରୋହିଙ୍ଗ୍ୟା ବାଳିକାଙ୍କୁ ଗିରଫ କରିଛି ପୋଲିସ । ଏହା ସହ ସେମାନଙ୍କୁ ଆଶ୍ରୟ ଦେଇଥିବା ସ୍ଥାନୀୟ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । 3 ଜଣ ରୋହିଙ୍ଗ୍ୟା ମିଆଁମାରର ରାଖାଇନ୍ ରାଜ୍ୟରୁ ଆସିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ।

ଗତ ମାସରେ ସେମାନେ ଦେଶ ଛାଡି ବାଂଲାଦେଶରେ ପ୍ରବେଶ କରିଥିଲେ। ପରେ ସେମାନେ ଭାରତୀୟ ମିଜୋରାମରେ ପ୍ରବେଶ କରିଥିଲେ ଏବଂ ମିଜୋରାମ ପୋଲିସ ତାଙ୍କୁ ଗିରଫ କରିଛି । ଏହି ଯୁବତୀ ମାନଙ୍କୁ ଜଣେ ସ୍ଥାନୀୟ ବ୍ୟକ୍ତି ଆଶ୍ରୟ ଦେଇଥିବା ବେଳେ ଗ୍ରାମ ପ୍ରତିରକ୍ଷା ଦଳ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛି ।

ଗତ ମାସରେ ରେଳବାଇ ପୋଲିସ (GRP) ଆସାମ-ପଶ୍ଚିମବଙ୍ଗ ସୀମାରେ ଥିବା ଆଲିପୁରଦାର ଠାରେ ନୂଆଦିଲ୍ଲୀ ଯାଉଥିବା ଟ୍ରେନରୁ 14 ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରିଥିଲା । ମହିଳା ଏବଂ ଶିଶୁଙ୍କ ସମେତ ଏହି 14 ଜଣ ବ୍ୟକ୍ତି ବାଂଲାଦେଶର କକ୍ସବାଜରର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରୁ ପଳାଇ ଭାରତରେ ପ୍ରବେଶ କରିଥିବା ଜଣା ପଡିଥିଲା।

ଯଦିଓ ମିଆଁମାର ସରକାର 2014 ରେ ଜନଗଣନାରୁ ରୋହିଙ୍ଗ୍ୟାମାନଙ୍କୁ ମଧ୍ୟ ବାଦ ଦେଇଛନ୍ତି, ତଥାପି ମିଳିତ ଜାତିସଂଘ ରୋହିଙ୍ଗ୍ୟାମାନଙ୍କୁ ମିଆଁମାରର ବହୁ ଅନୁସୂଚିତ ଜାତି ମଧ୍ୟରୁ ଗୋଟିଏ ବୋଲି କହିଛି। ଅନ୍ୟ ଏକ ଆକଳନ ଅନୁଯାୟୀ ଅଗଷ୍ଟ 2017 ପରେ ମିଆଁମାରର ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଆକ୍ରମଣରେ 6000 ରୁ ଅଧିକ ରୋହିଙ୍ଗ୍ୟାଙ୍କୁ ହତ୍ୟା କରାଯାଇଥିଲା ଏବଂ ରୋହିଙ୍ଗ୍ୟାମାନଙ୍କୁ ଦେଶ ଛାଡି ପଡୋଶୀ ବାଂଲାଦେଶରେ ଆଶ୍ରୟ ନେବାକୁ ବାଧ୍ୟ କରାଯାଇଥିଲା ବୋଲି ତଥ୍ୟରୁ ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.