ନୂଆଦିଲ୍ଲୀ: ବ୍ୟାପୁଛି କୋରୋନା । ଆଉ ଏହାକୁ କାବୁ କରିବାକୁ ନିଆଯାଉଛି ପଦକ୍ଷେପ । ଅହରହ ସେବାରେ ପ୍ରଶାସନିକ ଅଧିକାରୀଠୁ ନେତା ଓ ମନ୍ତ୍ରୀ । ତାମିଲନାଡୁ, ଗୁଜୁରାଟ ଓ ତେଲେଙ୍ଗାନାରେ ସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ଏକ 4 ଜଣିଆ ଟିମ ପଠାଇଥିବା ଜଣାପଡିଛି ।
ଏହି ଟିମ ଅତିରିକ୍ତ ସେକ୍ରେଟାରୀ ଗ୍ରେଡର ଅଧିକାରୀଙ୍କ ନେତୃତ୍ତ୍ବରେ ହାଇଦ୍ରାବଦ, ଅହମ୍ମଦାବାଦ, ସୁରଟ, ତେଲେଙ୍ଗାନା ଆଦି ଅଞ୍ଚଳ ପରିଦର୍ଶନ କରିବେ । ସେଠାରେ ସ୍ଥିତି କିପରି ରହିଛି । ରାଜ୍ୟ ସରକାର କଣ ସବୁ ନେଇଛନ୍ତି । ଜନତା ଏହାକୁ କେତେ ଦୂର ଅବଲମ୍ବନ କରୁଛନ୍ତି । ଏ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ କେନ୍ଦ୍ରକୁ ଏକ ରିପୋର୍ଟ ପ୍ରଦାନ କରିବେ ।
ତେବେ ଏହାପୂର୍ବରୁ କେନ୍ଦ୍ର ଅନ୍ୟ 6 ଜଣିଆ ମନ୍ତ୍ରୀ ମଣ୍ଡଳକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନକୁ ପଠାଇଥିଲା । ସେଠାରେ କିଛି ଜିଲ୍ଲାରେ କିପରି ଲକଡାଉନ ନିୟମ ପାଳନ କରାଯାଉଛି ଏନେଇ ଅନୁଧ୍ୟାନ କରିବା ପାଇଁ ପଠାଯାଇଥିଲା ।
ଏହି ଅଧିକାରୀମାନେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଓ ସରକାରୀ ସ୍ବାସ୍ଥ୍ୟ ସ୍ପେସାଲିସ୍ଟର ଅଧିକାରୀ । ଯେଉଁମାନଙ୍କର ବିପର୍ଯ୍ୟୟ ମୁକାବିଲା କରିବାରେ ଅନେକ ଅନୁଭୂତି ରହିଛି ।