ETV Bharat / bharat

ଭାରତର ଜନସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ଦୀର୍ଘ ପଥ - ପ୍ରଧାନ ମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା

ଆଧୁନିକ ଚିକିତ୍ସାର ପରିବର୍ତ୍ତନଶୀଳ ଧାରାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସ୍ବୟଂଶାସିତ ଡାକ୍ତରୀ ସଂସ୍ଥା ସ୍ଥାପନର ଆବଶ୍ୟକତାକୁ ଭାରତ ସରକାର ହୃଦୟଙ୍ଗମ କରିଛନ୍ତି । ଯେଉଁଥି ପାଇଁ ପ୍ରଧାନ ମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ୍‌) ସ୍ଥାପନ କରିବାକୁ ସ୍ଥିର କରିଥିଲେ ସରକାର । କିନ୍ତୁ ବର୍ତ୍ତମାନ କିଛିକାଶଂରେ ଏହି ସର୍ବ ଭାରତୀୟ ସଂସ୍ଥାନରେ କିଛି ତ୍ରୁଟି ପରିଲିକ୍ଷିତ ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

PUBLIC HEALTH SAFETY
PUBLIC HEALTH SAFETY
author img

By

Published : Feb 12, 2020, 2:49 PM IST

Updated : Feb 12, 2020, 3:56 PM IST

ହାଇଦ୍ରବାଦ: ସାଧାରଣ ଲୋକଙ୍କ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଏବଂ ଆଧୁନିକ ଚିକିତ୍ସାର ପରିବର୍ତ୍ତନଶୀଳ ଧାରାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସ୍ବୟଂଶାସିତ ଡାକ୍ତରୀ ସଂସ୍ଥା ସ୍ଥାପନର ଆବଶ୍ୟକତାକୁ ଭାରତ ସରକାର ହୃଦୟଙ୍ଗମ କରିଛନ୍ତି । ତେଣୁ, ସ୍ବାସ୍ଥ୍ୟ ସେବା ଉଦ୍ୟୋଗରେ ମାନବ ସମ୍ବଳର ଅଭାବ ପୂରଣ ଲକ୍ଷ୍ୟ ନେଇ, ପ୍ରଧାନ ମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ୍‌) ସ୍ଥାପନ କରିବାକୁ ସରକାର ସ୍ଥିର କଲେ । 2012ରେ ୟୁପିଏ ସରକାର ଭୋପାଳ (ମଧ୍ୟ ପ୍ରଦେଶ), ଭୁବନେଶ୍ବର (ଓଡ଼ିଶା), ଯୋଧପୁର (ରାଜସ୍ଥାନ), ପାଟନା (ବିହାର) ଏବଂ ରାୟପୁର (ଛତିଶଗଡ଼)ରେ ଏମ୍‌ସ୍‌ ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ, 2018 ମସିହାରେ, ମଙ୍ଗଲଗିରି (ଆନ୍ଧ୍ର ପ୍ରଦେଶ), ନାଗପୁର (ମହାରାଷ୍ଟ୍ର), ଗୋରଖପୁର (ଉତ୍ତର ପ୍ରଦେଶ), ଭାଟିଣ୍ଡା (ପଞ୍ଜାବ), କଲ୍ୟାଣୀ (ପଶ୍ଚିମ ବଙ୍ଗ) ଏବଂ ଦେଓଘର (ଝାଡ଼ଖଣ୍ଡ)ରେ ନୂତନ ଏମ୍‌ସ ସ୍ଥାପନ ଲାଗି ସରକାର ପ୍ରସ୍ତାବ ଦେଲେ । ଏହି ସବୁ ସଂସ୍ଥାରେ ନୂଆ ଡାକ୍ତରୀ ଛାତ୍ରମାନଙ୍କର ନାମଲେଖାକୁ ସରକାର ଅନୁମୋଦନ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଗୁଆହାଟୀ (ଆସାମ), ଅବନ୍ତୀପୁରା (ଜାମ୍ମୁ ଓ କାଶ୍ମୀର), ବିଲାସପୁର (ହିମାଚଳ ପ୍ରଦେଶ), ମଦୁରାଇ (ତାମିଲ ନାଡୁ), ଦରଭଙ୍ଗା (ବିହାର), ରାଜକୋଟ (ଗୁଜରାଟ) ଏବଂ ରେୱାଡ଼ି (ହରିଆଣା) ଭଳି ଅନେକ ସ୍ଥାନରେ ନୂତନ ଏମ୍‌ସ୍‌ ସ୍ଥାପନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ମୁଖ୍ୟତଃ ଜନ ସ୍ବାସ୍ଥ୍ୟସେବାର ଉନ୍ନତି ଉପରେ ଧ୍ୟାନ ଦେବା ସହିତ ଆଞ୍ଚଳିକ ବୈଷମ୍ୟ ହ୍ରାସ ସକାଶେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ, ଦେଶରେ ଡାକ୍ତରୀ ଶିକ୍ଷାର ଉନ୍ନତି ଦିଗରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପରୁ କେତୋଟି ହେଲା, ଡାକ୍ତରମାନଙ୍କର ଅବସର ଗ୍ରହଣ ବୟସ ସୀମା 65 ବର୍ଷକୁ ବୃଦ୍ଧି, ବିଶେଷଜ୍ଞମାନଙ୍କ ଅଭାବ ପୂରଣ ଲାଗି ଅଧିକ ଡାକ୍ତରୀ ଏବଂ ନର୍ସିଂ ସ୍କୁଲ୍‌ ସ୍ଥାପନ, ଡାକ୍ତରମାନଙ୍କର ଦକ୍ଷତାର ବିକାଶ ଲାଗି ବିଶେଷ କାର୍ଯ୍ୟକ୍ରମ ଆୟୋଜନ, ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ, 70ଟି ମେଡିକାଲ କଲେଜର ପାହ୍ୟାବୃଦ୍ଧି ଏବଂ ସୁପର୍‌ ସ୍ପେସିଆଲ୍‌ଟି ବ୍ଲକ୍‌ ସ୍ଥାପନ ।

ବିଭିନ୍ନ ଆଞ୍ଚଳିକ କାରଣରୁ, ପ୍ରସ୍ତାବିତ ଏମ୍‌ସ୍‌ ସମୂହର କୋଠା ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । 2019-20ରେ 5,100 କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ ନୂତନ ଭାବେ ମଞ୍ଜୁରିପ୍ରାପ୍ତ ଏମ୍‌ସ୍‌ ସ୍ଥାପନ ଦିଗରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିଶେଷ ଅଗ୍ରଗତି କରିପାରିନାହିଁ । କଲ୍ୟାଣୀ, ରାଏ ବରେଲି, ଭାଟିଣ୍ଡା, ଦେଓଘର, ବିବିନଗର ଏବଂ ଗୋରଖପୁରରେ 50ଟି ଲେଖାଏଁ ସିଟ୍‌ରେ ଏମ୍‌ବିବିଏସ୍‌ର ପ୍ରଥମ ବ୍ୟାଚ୍‌ (2019-20) ଆରମ୍ଭ କରାଯିବ । ନାଗପୁର ଏବଂ ଭାଟିଣ୍ଡାରେ ବହିର୍ବିଭାଗ ରୋଗୀ ସେବା ଆରମ୍ଭ ହୋଇଯାଇଛି । ଜମି, ପାଣି ଓ ବିଦ୍ୟୁତ୍‌ ଯୋଗାଣରେ ବିବାଦ ଯୋଗୁଁ ଆଗକୁ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । 50 ଏକର ଜମିକୁ ନେଇ ଲାଗିଥିବା ବିବାଦ ଯୋଗୁଁ ରାଏ ବରେଲିରେ ଏମ୍‌ସ୍‌ ନିର୍ମାଣ କାର୍ଯ୍ୟ ଅଟକି ରହିଛି । ପୁରୁଣା କୋଠାଗୁଡ଼ିକୁ ଏ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇନାହିଁ । ନିୟମିତ ପାଣି ଯୋଗାଣ ହୋଇପାରିନାହିଁ । ଗୋରଖପୁରରେ ଏମ୍‌ବିବିଏସ୍‌ କ୍ଲାସ୍‌ ଆରମ୍ଭ ହୋଇଥିଲେ ହେଁ, ହସପିଟାଲର ମାତ୍ର 50 ପ୍ରତିଶତ ନିର୍ମାଣ କରାଯାଇଛି । ମଙ୍ଗଲଗିରି ଏମସ୍‌ ପାଇଁ ରାସ୍ତା ନିର୍ମାଣ, ବିଦ୍ୟୁତ୍‌ ଯୋଗାଣ କେନ୍ଦ୍ର ସ୍ଥାପନ, ପୁରୁଣା କୋଠା ଭଙ୍ଗା ଏବଂ ନର୍ଦ୍ଦମା କାମ ବାକି ରହିଛି । ମାଲିମକଦ୍ଦମା ଯୋଗୁଁ କାଶ୍ମୀରରେ ଏମ୍‌ସ ପାଇଁ ଦିଆଯାଇଥିବା 15 ଏକର ଜମିରେ ନିର୍ମାଣ ଅଧାରେ ଅଟକି ରହିଛି । ବିହାରରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଅନୁମୋଦନ ପାଇଁ ଚୂଡ଼ାନ୍ତ ସ୍ଥାନ ନିରୂପଣ କରିନାହାନ୍ତି । ରାଜକୋଟ, ଦେଓଘର ଏବଂ ବିବିନଗରରେ ଏଥିପାଇଁ ନିରୂପିତ ହସପିଟାଲଗୁଡ଼ିକ ବିଭିନ୍ନ ସ୍ଥାନୀୟ ସମସ୍ୟାରେ ବୁଡ଼ି ରହିଛନ୍ତି । ହରିଆଣାରେ ଜଙ୍ଗଲ ଜମିରେ ଏମସ୍‌ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛି ।

2019-20ରେ, 21ଟି ଏମସ୍‌ ଏବଂ 75ଟି ସରକାରୀ ମେଡିକାଲ କଲେଜ ସମେତ ସୁପର୍‌ ସ୍ପେସିଆଲଟି ହସ୍‌ପିଟାଲ ଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ଦିଗରେ କେନ୍ଦ୍ର ସରକାର 4,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହିତ, ଆଗାମୀ 10 ବର୍ଷ ପାଇଁ ସରକାର 3,500 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରୁ ଏପର୍ଯ୍ୟନ୍ତ 1,100 କୋଟି ଟଙ୍କା ଉପଯୋଗ କରାଯାଇଛି । 2009ରୁ 2019 ଭିତରେ 15ଟି ନୂତନ ଏମସ୍‌କୁ ଅନୁମୋଦନ ଦିଆଯାଇଛି ଏବଂ ସେଥିପାଇଁ 20,756 କୋଟି ଟଙ୍କା ମଞ୍ଜୁର କରାଯାଇଛି । 2020-23 ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ, ନୂତନ ଭାବେ ନିର୍ମିତ ଏମସ୍‌ଗୁଡ଼ିକ ସବୁ ବାଧାବିଘ୍ନ ଅତିକ୍ରମ କରିବା ସହ ଲୋକପ୍ରିୟତା ହାସଲ କରିବାର ସମ୍ଭାବନା କ୍ଷୀଣ । ସାଧାରଣ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ସକାଶେ ମେଡିକାଲ କଲେଜଗୁଡ଼ିକ ସହିତ ସଂଯୁକ୍ତ ହସପିଟାଲ ରହିବା ଦରକାର । କିନ୍ତୁ ନିର୍ମାଣ କାର୍ଯ୍ୟ ପ୍ରାରମ୍ଭରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କାରଣରୁ, ସେଗୁଡ଼ିକ ଯେ ଆଶାନୁରୂପ ଭାବେ କାର୍ଯ୍ୟ କରିବେ, ତାହା ଅନୁମାନ କରିବା ଅସମ୍ଭବ ହୋଇଯାଇଛି । ଏମସ୍‌ ସଂଖ୍ୟା ଯାହା ହେଉନା କାହିଁକି, ଭାରତରେ ଜନସ୍ବାସ୍ଥ୍ୟର ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ । କେବଳ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସମନ୍ବିତ ପ୍ରୟାସ ବଳରେ ହିଁ ଏହା ସମ୍ଭବ ହୋଇପାରିବ ।

ନୂତନ ଭାବେ ସ୍ଥାପିତ ସମସ୍ତ ଏମ୍‌ସ୍‌ ପ୍ରାରମ୍ଭରୁ ବାଧାବିଘ୍ନ ସହ ସଂଘର୍ଷ କରୁଥିବା ବେଳେ ଦିଲ୍ଲୀର ଏମ୍‌ସ୍‌ରେ ରହିଥିବା ଦୋଷ ଦୁର୍ବଳତା ଉପରେ ଗଭୀର ଦୃଷ୍ଟିପାତର ଆବଶ୍ୟକତା ରହିଛି । ଯଦିଓ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶେଷ ଜ୍ଞାନ ଅର୍ଜନ ନିମନ୍ତେ ଏକ ବିଶେଷତ୍ବ ସଂପନ୍ନ ଶିକ୍ଷାଦାନକାରୀ ହସ୍‌ପିଟାଲରେ ପରିଣତ ହେବାକୁ ଏହି ପ୍ରମୁଖ ସଂସ୍ଥା ଲକ୍ଷ୍ୟ ରଖିଛି, ହେଲେ, 2018ର ସିଏଜି ଅନୁଶୀଳନରୁ ଜଣାଯାଏ ଯେ ଏହା କେବଳ ଏକ ସୁପର୍‌ ସ୍ପେସିଆଲ୍‌ଟି ହସ୍‌ପିଟାଲ ହୋଇ ରହିଛି । ଏହି ଅନୁଶୀଳନରେ ଉଲ୍ଲେଖ ରହିଛି ଯେ ଏମ୍‌ସ୍‌କୁ ପ୍ରଦତ୍ତ ପାଣ୍ଠିର ମାତ୍ର 2 ପ୍ରତିଶତ ଗବେଷଣାରେ ଖର୍ଚ୍ଚ କରାଯାଇଛି । ଅଧିକାଂଶ ଗବେଷଣା ପ୍ରକଳ୍ପ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ସହ ସ୍ବାକ୍ଷରିତ ବୁଝାମଣା ପତ୍ରର ଅଂଶବିଶେଷ ଏବଂ ପ୍ରକୃତ ମେଧାବୀ ଗବେଷକଙ୍କ ଦ୍ବାରା କରାଯାଇନାହିଁ । ଯୋଗ୍ୟତାପ୍ରାପ୍ତ ଡାକ୍ତରୀ ବୃତ୍ତିଧାରୀଙ୍କ ଅଭାବ ସହିତ ଆମ ଦେଶ ସଂଘର୍ଷ କରୁଥିବା ବେଳେ ଏମ୍‌ସ୍‌ରେ ପ୍ରଶିକ୍ଷିତ ଡାକ୍ତରମାନଙ୍କ ମଧ୍ୟରୁ 49 ପ୍ରତିଶତ ଡାକ୍ତର ଭଲ ନିଯୁକ୍ତି ସୁଯୋଗ ସନ୍ଧାନରେ ଯାଇ ବିଦେଶରେ ବସବାସ କରୁଛନ୍ତି । କର୍ମଚାରୀ ଅଭାବ ଯୋଗୁଁ ସ୍ବତନ୍ତ୍ର ଅସ୍ତ୍ରୋପଚାର ଲାଗି ବହୁ ରୋଗୀଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି । ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଏ ଯେ ବହିର୍ବିଭାଗରେ ଥିବା ଜଣେ ଡାକ୍ତର ରୋଗୀ ପିଛା ମାତ୍ର 4ରୁ 9 ମିନିଟ୍‌ ସମୟ ଦେଇଥାଆନ୍ତି । ସିଏଜି ଅନୁଶୀଳନର ବିଭିନ୍ନ ତଥ୍ୟକୁ ଏମ୍‌ସ୍‌ ଅସ୍ବୀକାର କରିଥିଲା । ସିଏଜି ରିପୋର୍ଟର ସାରାଂଶରେ କୁହାଯାଇଥିଲା ଯେ ଭାରତରେ ଜନସ୍ବାସ୍ଥ୍ୟ ଭିତ୍ତିଭୂମିର ଆଧୁନିକୀକରଣକୁ ଆଗେଇ ନେବାରେ ଏମ୍‌ସ୍‌ ବିଫଳ ହୋଇଛି । ଏମିତି କି ଡାକ୍ତରୀ ଚିକିତ୍ସା କେନ୍ଦ୍ର ସ୍ଥାପନ ଏବଂ ଗୁରୂତ୍ବପୂର୍ଣ୍ଣ ଉପକରଣ କିଣିବାରେ ବିଳମ୍ବ ହୋଇଥିବା ବିଷୟ ଏଥିରେ ଉଲ୍ଲେଖ କରାଯାଇଥିଲା । ଅନେକ ଦୁର୍ନୀତି ଓ ଅର୍ଥ ହେରଫେର ମାମଲା ଏବେ ତଦନ୍ତାଧୀନ ରହିଛି ।

ଏକଥା ସଂପୂର୍ଣ୍ଣ ସତ୍ୟ ଯେ ଏମସ୍‌ ବିଭିନ୍ନ ସମସ୍ୟାରେ ଜର୍ଜରିତ । 2012-13ରେ ଏହି ପ୍ରମୁଖ ସଂସ୍ଥା ଗବେଷଣା ବାବଦ ପାଣ୍ଠି ହିସାବରେ ମାତ୍ର 1.31 କୋଟି ଟଙ୍କା ପାଇଥିଲା । ଏହାର ଅନେକ ଛାତ୍ର ବିଦେଶକୁ ଚାଲିଯାଇଛନ୍ତି । ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞମାନଙ୍କ ମତରେ ଏମ୍‌ସ୍‌ର ମର୍ଯ୍ୟାଦା ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଯଦିଓ ରୋଗ ନିରୂପଣରେ ଏହା ମହତ୍ତ୍ବପୂର୍ଣ୍ଣ ଉତ୍କୃଷ୍ଟତା ପ୍ରଦର୍ଶନ କରେ, ହେଲେ ରୋଗୀସେବା ପ୍ରତି ଏହାର ଦୃଷ୍ଟିକୋଣରେ ଉଦାସୀନତା ରହିଛି । ଚିକିତ୍ସା ପାଇଁ ଏମ୍‌ସ୍‌କୁ ଆସୁଥିବା ହଜାର ହଜାର ରୋଗୀଙ୍କୁ ରହିବା ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇ ଦେବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବହିର୍ବିଭାଗର କାର୍ଯ୍ୟକାରିତା ସଂପର୍କରେ ତୀବ୍ର ସମାଲୋଚନା ରହିଛି । ରାଜ୍ୟ ସ୍ତରର ହସ୍‌ପିଟାଲ କୌଣସି ଜଟିଳ ରୋଗୀଙ୍କୁ ଏମ୍‌ସକୁ ପଠାଇବାକୁ ଚାହୁଁଥିଲେ, ସେ କ୍ଷେତ୍ରରେ ସ୍ଥାପିତ ପଦ୍ଧତି ନାହିଁ । ସ୍ବଳ୍ପ ଜଟିଳତା ଥିବା ରୋଗୀଙ୍କୁ ଭର୍ତ୍ତି କରାଇ ଏମ୍‌ସ୍‌ କେବଳ ଅନ୍ୟ ଏକ ହସ୍‌ପିଟାଲ ପରିଣତ ହୋଇଛି । ସଂସ୍ଥାରେ ହୋଇଥିବା ବହୁ ଦୁର୍ନୀତି ଲୋକଲୋଚନକୁ ଆସୁଛି । ଅଧିକରୁ ଅଧିକ ଏମ୍‌ସ୍‌ ଭଳି ସଂଗଠନର ନିଶ୍ଚିତ ଆବଶ୍ୟକତା ରହିଛି । କିନ୍ତୁ କେବଳ ସର୍ବୋତ୍ତମ ବ୍ୟକ୍ତିଙ୍କ ସମନ୍ବୟ ବଳରେ ହିଁ ସର୍ବୋତ୍ତମ ସଂସ୍ଥା ସ୍ଥାପିତ ହୋଇପାରିବ ।

ଯଦିଓ ଦେଶର ବିଭିନ୍ନ ଭାଗରେ ନୂତନ ଏମ୍‌ସ୍ ସ୍ଥାପନ ପ୍ରୟାସ ଖୁବ୍‌ ଭଲ, ହେଲେ ସେଗୁଡ଼ିକର ଗୁଣମାନ ଓ କାର୍ଯ୍ୟଶୈଳୀ ସଂପର୍କରେ ଗର୍ବ କରିବାର କିଛି ନାହିଁ । ନୂତନ ଭାବେ ସ୍ଥାପିତ 6ଟି ଏମ୍‌ସ୍‌ରେ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ଅଭାବ ରହିଛି । ଯଦି ଅଭିଜ୍ଞ ବିଶେଷଜ୍ଞଙ୍କ ଅଭାବ ଲାଗି ରହେ, ତେବେ ମୌଳିକ ଭିତ୍ତିଭୂମିର ଅପଚୟ ହେବ ବୋଲି ଏକ ସଂସଦୀୟ କମିଟି ସତର୍କ କରାଇ ଦେଇଥିଲେ । 2018 ଅଗଷ୍ଟରେ ପ୍ରକାଶିତ କମିଟି ରିପୋର୍ଟରୁ ଜଣାପଡ଼ିଥିଲା ଯେ 6ଟି ଯାକ ଏମ୍‌ସକୁ ମଞ୍ଜୁର ହୋଇଥିବା 1,830ଟି ଶିକ୍ଷକ ପଦବୀରୁ 884ଟି (44 ପ୍ରତିଶତ) ଖାଲି ପଡ଼ିଛି ଏବଂ ସୁପର୍‌ ସ୍ପେସିଆଲ୍‌ଟି ବିଭାଗଗୁଡ଼ିକରେ ବୃତ୍ତିଧାରୀ ଶିକ୍ଷକଙ୍କ ଅଭାବ ରହିଛି । 22,656 ଅଣ-ଶିକ୍ଷକ ପଦବୀରୁ 13,788 (60 ପ୍ରତିଶତ) ଖାଲି ପଡ଼ିଛି । କର୍ମଚାରୀ ଅଭାବ କାରଣରୁ ଡାକ୍ତରମାନଙ୍କ ଉପରେ ଅତିରିକ୍ତ କାମର ବୋଝ ପଡୁଛି । ଏପରିକି ଋଷିକେଶ ଏମ୍‌ସ୍‌ରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଏବଂ ନର୍ଦ୍ଦମା ସୁବିଧା ନଥିଲା ଏବଂ ଯୋଧପୁର ଏମ୍‌ସ୍‌ରେ କାର୍ଯ୍ୟକାରୀ ଅବସ୍ଥାରେ ଗୋଟିଏ ହେଲେ ମୋଡୁଲାର ଅପରେସନ୍‌ ଥିଏଟର ନଥିଲା ବୋଲି କମିଟିର ରିପୋର୍ଟରେ ଦର୍ଶାଯାଇଥିଲା । ଏହି ସବୁ ସମସ୍ୟାରୁ ବହୁତ କିଛି ଶିକ୍ଷା ମିଳିପାରିବ ବୋଲି ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହନ୍ତି । ଯଦିଓ ନୂତନ ଭାବେ ସ୍ଥାପିତ ଏହି ଅନୁଷ୍ଠାନଗୁଡ଼ିକୁ ସର୍ବୋତ୍ତମ ଡାକ୍ତରୀ ଶିକ୍ଷାର କେନ୍ଦ୍ରସ୍ଥଳରେ ପରିଣତ କରିବା ଲାଗି ସରକାର ଯୋଜନା କରୁଛନ୍ତି, ହେଲେ ଶିକ୍ଷକ ଅଭାବ, ନିମ୍ନମାନର ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ଚିନ୍ତାର ଏକ କାରଣ ହୋଇ ରହିଛି ।

Last Updated : Feb 12, 2020, 3:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.