ETV Bharat / bharat

ଦୀପ ଜାଳିଲେ ବୋଡ଼ୋ ଜନଜାତି, ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ - ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷାଧିକ ଦୀପ ଜାଳି ଖୁସି ମନାସିଛନ୍ତି ବୋଡ଼ୋ ଜନଜାତି । କେନ୍ଦ୍ର ସରକାର ବୋଡ଼ୋ ରାଜିନାମାକୁ ମୋହର ମାରିଥିବାବେଳ ଆଜି କୋକ୍ରାଝରରେ 2020 ବୋଡ଼ୋ ଚୁକ୍ତିନାମାକୁ ନେଇ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

modi visit asam
-bodo-accord-will-help
author img

By

Published : Feb 7, 2020, 4:56 AM IST

Updated : Feb 7, 2020, 6:57 AM IST

ନୂଆଦିଲ୍ଲୀ: ଆସାମାର କୋକ୍ରାଝରରେ 2020 ବୋଡ଼ୋ ଚୁକ୍ତିନାମାକୁ ନେଇ ଆୟୋଜିତ ହେବ ଏକ ଭବ୍ୟ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ସଭାକୁ ସମ୍ବୋଧନ କରିବା ପାଇଁ ଆଜି ଆସାମ ଗସ୍ତ କରୁଥିବାବେଳେ ବୋଡ଼ୋ ଜନଜାତିରେ ଖେଳିଯାଇଛି ଆନନ୍ଦ ଲହରୀ । ଯେଉଁଥି ପାଇଁ ଦୀପ ଜାଳି ଖୁସୀ ମନାସୀଛନ୍ତି ବୋଡ଼ୋ ଜନଜାତି ।

modi visit asam
ଦ୍ବୀପ ଜାଳିଲେ ବୋଡ଼ୋ ଜନଜାତି

ଏହି ବୋଡ଼ୋ ଚୁକ୍ତିନାମା ଉପରେ 27 ଜାନୁୟାରୀ 2020ରେ କେନ୍ଦ୍ର ସରକାର ମୋହର ମାରିଛନ୍ତି । ଏପଟେ ଆଜି କୋକ୍ରାଝରରେ ହେଉଥିବା ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି ବୋଡ଼ୋ ଚୁକ୍ତିନାମା ଉପରେ ଅବଗତ କରାଇବେ । ସେପଟେ ମୋଦିଙ୍କୁ ସ୍ବାଗତ କରାଯିବା ପାଇଁ ଆସାମରେ ଭବ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବୋଡ଼ୋ ଚୁକ୍ତିନାମାକୁ କେନ୍ଦ୍ର ସରକାର ମୋହର ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଉଗ୍ରବାଦ ଏକପ୍ରକାର ଲୋପ ପାଇବ ବୋଲି ଆଶା ପ୍ରକଟ କରିଛନ୍ତି ଅଞ୍ଚଳବାସୀ । ଯେଉଁଥି ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଦୀପ ଜାଳି ଖୁସି ମନାସିଛନ୍ତି କୋକ୍ରାଝର ବାସୀ ।

ଅନ୍ୟପଟେ କେନ୍ଦ୍ରରେ ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଏକପ୍ରକାର ଅଶାନ୍ତି ହୋଇପଡ଼ିଥିଲା ଆସାମ । ଯେଉଁଥିପାଇଁ ଗୌହାଟୀରେ ହେବାକୁ ଥିବା ଭାରତ- ଚୀନ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ବାତିଲ ହୋଇଥିଲା । ଏହାପରେ କୌଣସି ଉତ୍ତର-ପୂର୍ବ ରାଜ୍ୟ ଗସ୍ତ କରିନାହାନ୍ତି ମୋଦି । ଏହା ସିଏଏ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆସାମ ଗସ୍ତ ।

Intro:Body:

fgfgfgfgfg

Conclusion:
Last Updated : Feb 7, 2020, 6:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.