ETV Bharat / bharat

'ଆତଙ୍କବାଦ ଏକ କର୍କଟ ରୋଗ ଯାହା ସମସ୍ତଙ୍କୁ ପ୍ରଭାବିତ କରିବ' - Terrorism is cancer

ଆତଙ୍କବାଦ ଏକ କର୍କଟ ରୋଗ ଯାହା ସମସ୍ତଙ୍କୁ ମହାମାରୀ ଭଳି ପ୍ରଭାବିତ କରିଥାଏ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ଶୁକ୍ରବାର ଏନର୍ଜି ଆଣ୍ଡ ରିସୋର୍ସେସ ଇନଷ୍ଟିଚ୍ୟୁଟରେ ଅଭିଭାଷଣ ଦେବାବେଳେ ଏଭଳି କହିଛନ୍ତି ଜୟଶଙ୍କର ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
author img

By

Published : Aug 28, 2020, 4:07 PM IST

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପଡୋଶୀ ଦେଶ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆତଙ୍କବାଦ ଏକ କର୍କଟ ରୋଗ ଯାହା ସମସ୍ତଙ୍କୁ ମହାମାରୀ ଭଳି ପ୍ରଭାବିତ କରିଥାଏ ବୋଲି ସେ କହିଛନ୍ତି। ଶୁକ୍ରବାର ଏନର୍ଜି ଆଣ୍ଡ ରିସୋର୍ସେସ ଇନଷ୍ଟିଚ୍ୟୁଟରେ ଅଭିଭାଷଣ ଦେବାବେଳେ ଏଭଳି କହିଛନ୍ତି ଜୟଶଙ୍କର ।

ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି , ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶମାନେ ନିଜକୁ ପୀଡିତ ବୋଲି ଦର୍ଶାଇବାକୁ ଚେଷ୍ଟା କରନ୍ତି । ଆତଙ୍କବାଦ ଏବଂ ମହାମାରୀ ଉପରେ ବିଶ୍ବର ପ୍ରତିକ୍ରିୟା ସେତେବେଳେ ଆସିଥିଲା ​​ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଘଟଣା ଯୋଗୁଁ ପର୍ଯ୍ୟାପ୍ତ ବ୍ୟାଘାତ ସୃଷ୍ଟି ହୋଇଥିଲା । ଆତଙ୍କବାଦୀଙ୍କ ଉତ୍ପାଦନକୁ ପ୍ରାଥମିକ ରପ୍ତାନିରେ ପରିଣତ କରିଥିବା ଦେଶମାନେ ମଧ୍ୟ ଆତଙ୍କବାଦର ଶିକାର ହେଉଥିବା କହୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି ।

ସେ ଆହୁରି କହିଛନ୍ତି, ଆତଙ୍କବାଦ ସୃଷ୍ଟି କରୁଥିବା ଏବଂ ଏହାକୁ ପ୍ରତ୍ସାହନା ଦେଉଥିବା ଦେଶମାନଙ୍କ ବିରୋଧରେ ସଂଗ୍ରାମ ଜାରି ରହିଛି। ଆତଙ୍କବାଦକୁ ସମର୍ଥନ କରୁଥିବା ଭିତ୍ତିଭୂମିକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତୀୟ ବ୍ୟବସ୍ଥାରେ ଆବଶ୍ୟକୀୟ ଯନ୍ତ୍ରକୌଶଳ ସୃଷ୍ଟି କରିବାକୁ ପଡିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.