ନୂଆଦିଲ୍ଲୀ: ଫୋନରେ ସ୍ବିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ଲୋଫଭେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ନେତା ବର୍ତ୍ତମାନ ଦେଶରେ ଚାଲିଥିବା ମହାମାରୀ କୋଭିଡ-19 ଉପରେ ଚର୍ଚ୍ଚା କରିଛନ୍ତି । ଏଥି ସହ ଏହି ମହାମାରୀର ପ୍ରକୋପରେ ଉଭୟ ଦେଶର ସ୍ବାସ୍ଥ୍ୟ ଏବଂ ଆର୍ଥିକ ଅବସ୍ଥା ଉପରେ ପଡିଥିବା ପ୍ରଭାବକୁ ନିୟନ୍ତ୍ରିତ କରିବାକୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ପ୍ରକାଶ ପାଇଛି ।
ସେହିପରି ଉଭୟ ନେତା ଭାରତ ଏବଂ ସ୍ବିଡେନର ଗବେଷକ ଏବଂ ବୈଜ୍ଞାନିକମାନଙ୍କ ମଧ୍ୟରେ ସହଯୋଗ ଏବଂ ତଥ୍ୟ ବାଣ୍ଟିବାର କ୍ଷମତା ଉପରେ ମଧ୍ୟ ସହମତି ଦେଇଛନ୍ତି । ଯାହା କୋଭିଡ-19 ବିରୋଧରେ ବିଶ୍ୱ ଉଦ୍ୟମରେ ମଧ୍ୟ ଯୋଗଦାନ କରିବ ।
ଏଥିସହ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା କାରଣରୁ ଉଭୟ ଦେଶରେ ଫସି ରହିଥିବା ନାଗରିକଙ୍କୁ ଆବଶ୍ୟକ ସୁବିଧା ଏବଂ ସହାୟତା ପ୍ରଦାନ କରିବାକୁ ଦୁଇ ନେତା ପ୍ରତିଶୃତି ଦେଇଛନ୍ତି । ତେବେ ଭାରତ ଏବଂ ସ୍ବିଡେନର ଅଧିକାରୀମାନେ କୋରୋନା ବିରୋଧରେ ଲଢେଇ ପାଇଁ ଚିକିତ୍ସା ଯୋଗାଣର ଉପଲ୍ଧବତାକୁ ଅନୂକୂଳ କରିବାକୁ ଯୋଗାଯୋଗରେ ମଧ୍ୟ ରହିବେ ।
@ANI