ETV Bharat / bharat

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା - ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଥିବା ଟଙ୍କାରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ କିଣାଯିବ ସୁରକ୍ଷା ଉପକରଣ ଓ ମାସ୍କ । ଅଧିକ ପଢନ୍ତୁ....

Telangana to use CMRF money to procure PPEs
ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା
author img

By

Published : Apr 6, 2020, 4:57 PM IST

ହାଇଦ୍ରାବାଦ : ସାରା ଭାରତରେ କୋରୋନା ଆତଙ୍କ । କୋରୋନା ମୁହଁରୁ ରୋଗୀଙ୍କୁ ବଞ୍ଚାଉ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ତେଲେଙ୍ଗାନା ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଥିବା ଟଙ୍କାରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଉପକରଣ ଓ ମାସ୍କ କିଣାଯିବ । ଆୟୋଜିତ ହୋଉଥିବା ବୈଠକରେ ଏହି ନିଷ୍ପତ୍ତି ନେଉଛନ୍ତି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । କେବଳ ସେତିକି ନୁହେଁ, କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବତନ୍ତ୍ର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଭବିଷ୍ୟତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ସେହି ଅନୁସାରେ ମାସ୍କ ଓ ପିପିଏ ମଧ୍ୟ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ଯୋଗାଇ ଦିଆଯିବା । ଏଭଳି ଜଟିଳ ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ, ଏନେଇ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏଟାଲା ରାଜେନ୍ଦର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପାଞ୍ଚ ଲକ୍ଷ ମାସ୍କ, ପାଞ୍ଚ ଲକ୍ଷ ଭାଇରାଲ ଟ୍ରାନ୍ସମିସନ କିଟ୍, 500 ଭେଣ୍ଟିଲେଟର, ଚାରି ଲକ୍ଷ କୋରୋନା ଭାଇରସ ଟେଷ୍ଟିଂ କିଟ, 20 ଲକ୍ଷ ସରର୍ଜିକାଲ ମାସ୍କ ଓ 25 ଲକ୍ଷ ଗ୍ଳୋବସ କିଣାଯାଇଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.