ହାଇଦ୍ରାବାଦ : ତେଲେଙ୍ଗାନା ରାଜ୍ଯର ଗୃହମନ୍ତ୍ରୀ ମହମ୍ମଦ ମହେମ୍ମୁଦ ଅଲ୍ଲୀ କୋରୋନା ପଜେଟିଭ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲକୁ ନିଆଯାଇଛି । ତେବେ ପୂର୍ବରୁ ଗୃହମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କୋରୋନାରେ ସଂକ୍ରମିତ ହୋଇଥିଲେ । ତେବେ ଏହି ସଂକ୍ରମଣ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି ।
ତେବେ ଦିନକୁ ଦିନ ତେଲେଙ୍ଗାନାରେ କୋରୋନା ପଜେଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା 14419 ରହିଥିବାବେଳେ ମୃତକଙ୍କ ସଂଖ୍ୟା 247 ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ