ହାଇଦ୍ରାବାଦ: କୋରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏପରିକି ଲୋକଙ୍କୁ ସଚେତନ କରିବା ପାଇଁ ସରକାର ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ତେବେ ଏହି ମହାମାରୀ କୋରୋନା ଯୁଦ୍ଧରେ ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର ବାଧ୍ୟତାମୂଳକ । ଏନେଇ ଫେସ ମାସ୍କ ଉଲ୍ଲଂଘନକୁ ଯାଞ୍ଚ କରିବା ପାଇଁ ତେଲେଙ୍ଗାନା ପୋଲିସ ଖୁବ ଶୀଘ୍ର ସିସିଟିଭି ମାଧ୍ୟମରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ସିଷ୍ଟମ ଆରମ୍ଭ କରିବ । ଏହା ଦେଶର ପ୍ରଥମ ପଦକ୍ଷେପ ।
ଏହା ସହ ହାଇଦ୍ରାବାଦ, ସାଇବରାବାଦ ଏବଂ ରଚାକୋଣ୍ଡାର ତିନି ପୋଲିସ୍ କମିଶନର୍, ଯେଉଁମାନେ ହାଇଦ୍ରାବାଦ ଏବଂ ତା’ର ଉପନଗରକୁ କଭର କରିବେ, ସେଠାରେ ଏହି ସିଷ୍ଟମ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଡିଜିପି ଏମ ମହେନ୍ଦ୍ର ରେଡ୍ଡି ଟ୍ୱିଟ କରି କହିଛନ୍ତି । ତେଲେଙ୍ଗାନା ପୋଲିସ ଦ୍ବାରା ଫେସ୍ ମାସ୍କ ଭିଓଲେସନ୍ ଏନ୍ଫୋର୍ସମେଣ୍ଟ ଗଡ଼ାଯାଉଛି । ସହରଗୁଡିକରେ ସିସିଟିଭିରେ ବ୍ୟବହାର କରାଯାଉଥିବା କମ୍ପ୍ୟୁଟର ଭିଜନ ଏବଂ ଡିପ୍ ଲର୍ନିଂ ଟେକ୍ନିକ୍ ହେଉଛି ଭାରତରେ ପ୍ରଥମ ।
ଖୁବ୍ ଶୀଘ୍ର ଏହା 3 କମିଶନରେଟ ହାଇଡ, ସାଇବ୍ ଏବଂ ରକ୍ ମଧ୍ୟରେ ସକ୍ଷମ ହେବ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଗୁରୁବାର ଦିନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁମାନେ ଏହାକୁ ପାଳନ କରୁନାହାଁନ୍ତି ସେମାନଙ୍କ ପାଇଁ 1000 ଟଙ୍କା ଜୋରିମାନା ଲାଗୁ କରାଯାଇଛି । ତେବେ ପ୍ରତ୍ୟେକ ଉଲ୍ଲଂଘନକାରୀ 1000 ଟଙ୍କା ଜୋରିମାନା ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ