ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶରେ ଜାରି ରହିଛି 21 ଦିନିଆ ଲକ ଲକଡାଉନ । ଏପ୍ରିଲ 14 ପରେ ଏହାର ଅବଧି ବୃଦ୍ଧି ନେଇ ପ୍ରସ୍ତାବ ରଖିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଆସନ୍ତା ଏପ୍ରିଲ 14ରେ ଅବଧି ଶେଷ ହେଉଥିବା ବେଳେ ଏହାକୁ ଜୁନ 3 ପର୍ଯ୍ୟନ୍ତ ବଢାଇବା ନେଇ ସେ ପ୍ରସ୍ତାବ ରଖିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଲକଡାଉନ ଅବଧି ବଢାଇବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 321 ଜଣ କୋରୋନା ପଜିଟିଭ ରହିଥିବା ବେଳେ 7 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 34 ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
@ANI