ETV Bharat / bharat

ଭେଣ୍ଟିଲେଟରରେ ଭର୍ତ୍ତି ଥିବା ଡିଏମକେ ନେତା କୋରୋନା ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ ଚିହ୍ନଟ

କୋରୋନା କବଳରେ ତାମିଲନାଡୁର ଡିଏମକେ ବିଧାୟକ । ବିଧାୟକ ଜଣକ ଗୁରୁତର ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଥିବା ବେଳେ ଯାଞ୍ଚ ସମୟରେ ସେ କୋରୋନା ପଜିଟିଭ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

Tamilnadu dmk mla corona postive placed on ventilator
ଭେଣ୍ଟିଲେଟରରେ ଭର୍ତ୍ତି ଡିଏମକେ ନେତା କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 5, 2020, 2:45 AM IST

ଚେନ୍ନାଇ: ତାମିଲନାଡୁରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଏଥର କୋରୋନା କବଳରେ ତାମିଲନାଡୁର ଡିଏମକେ ବିଧାୟକ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ବିଧାୟକ ଜଣକ ଗୁରୁତର ଭାବେ ଶ୍ବାସ ରୋଗରେ ପୀଡିତ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଗୁରୁବାର ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଡାକ୍ତର ରେଲା ମେଡିକାଲ ସେଣ୍ଟର ଏବଂ ଇନଷ୍ଟିଚ୍ୟୁଟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଦଳର ଜଣେ ବରିଷ୍ଠ ନେତାଙ୍କୁ ଜୁନ୍ ୨ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବୟସ 61 ବର୍ଷ । ଡାକ୍ତରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଇଲନକୁମାରନ କାଳିଆମୂର୍ତ୍ତି କହିଛନ୍ତି ଯେ, ନେତା ଜଣକ ଗୁରୁତର ଶ୍ବାସକ୍ରିୟାଜନିତ ରୋଗରେ ପୀଡିତ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ତାଙ୍କର ଯାଞ୍ଚ ହେବା ପରେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଛି । ବିଧାୟକ ଜଣେ ପରିଚିତ ଡିଏମକେ ନେତା ଏବଂ ଦଳର ଜିଲ୍ଲା ସଚିବମାନଙ୍କ ମଧ୍ୟରୁ ଜଣେ ।

ପ୍ରକାଶ ଥାଉ କି, ତାମିଲନାଡୁରେ କୋରୋନାରେ 12 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା 220ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଚେନ୍ନାଇରୁ କେବଳ 1,072 ମାମଲା ସାମନାକୁ ଆସିଥିବା ବେଳେ ଚେନ୍ନାଇରେ ମୋଟ ମାମଲା 18,693କୁ ବୃଦ୍ଧି ପାଇଛି । ଯାହା ରାଜଧାନୀରେ ଗୋଟିଏ ଦିନରେ ପ୍ରକାଶ ପାଇଥିବା ସର୍ବାଧିକ ସଂଖ୍ୟା ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.