ETV Bharat / bharat

ଲାପ୍‌ଟପ୍‌- ରୋବଟ୍ ଚିହ୍ନରେ ଲଢିବେ ନେତା

ଚଳିତ ନିର୍ବାଚନରେ ମଜାଦାର ନିର୍ବାଚନୀ ଚିହ୍ନକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ । ଚିହ୍ନ ମଧ୍ୟରେ ଲ୍ୟାପଟପ୍‌, ରୋବଟ୍‌, ସିସିଟିଭି କ୍ୟାମେରା, ପେନଡ୍ରାଇଭ ଓ କମ୍ପ୍ୟୁଟର ଭଳି ଚିହ୍ନ ଆରମ୍ଭ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Apr 3, 2019, 1:30 PM IST

ନୂଆଦିଲ୍ଲୀ: ମତଦାତା ନିର୍ବାଚନ ଚିହ୍ନ ସାହାଯ୍ୟରେ ରାଜନୈତିକ ଦଳକୁ ମନେ ରଖି ଭୋଟ ଦେଇଥାଏ। ପ୍ରାର୍ଥୀଙ୍କୁ ମତଦାତାଙ୍କ ନିକଟରେ ପରିଚିତ କରିବାରେ ସହାୟତା କରିବ। ଚିହ୍ନର ମୁଳ ଲକ୍ଷ୍ୟ । ରାଜନୈତିକ ଦଳ ନିର୍ବାଚନ ଚିହ୍ନ ବାଛିବାବେଳେ ନିର୍ବାଚନ କମିଶନ ଶେଷ ନିଷ୍ପତ୍ତି ନେଇଥାନ୍ତି । ଏପରି ସ୍ଥଳେ ଚଳିତ ନିର୍ବାଚନରେ ମଜାଦାର ନିର୍ବାଚନୀ ଚିହ୍ନକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ । ଚିହ୍ନ ମଧ୍ୟରେ ଲ୍ୟାପଟପ୍‌, ରୋବଟ୍‌, ସିସିଟିଭି କ୍ୟାମେରା, ପେନଡ୍ରାଇଭ ଓ କମ୍ପ୍ୟୁଟର ଭଳି ଚିହ୍ନ ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ ମହାରାଷ୍ଟ୍ର ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ କମିଶନ ସ୍ବାଧୀନ ପ୍ରାର୍ଥୀ ଓ କ୍ଷୁଦ୍ର ଦଳଗୁଡିକ ପାଇଁ 198ଟି ନୂଆ ନିର୍ବାଚନୀ ଚିହ୍ନ ତାଲିକା ଜାରି କରିଛନ୍ତି । 2014ରେ ଇସି 84ଟି ଚିହ୍ନ ଦେଇଥିଲେ । ଅନ୍ୟପକ୍ଷରେ ଚଳିତ ଲୋକସଭା ନିର୍ବାଚନ ପାଇଁ ଇସି ଦେଇଥିବା ଚିହ୍ନ ତାଲିକାରେ ଉଭୟ ନୂଆ ପୁରୁଣା ଚିହ୍ନ ରହିଛି । ନିର୍ବାଚନ କମିଶନର ବରିଷ୍ଠ ଅଧିକାରୀ ଏହି ଭଳି ଚିହ୍ନର ବ୍ୟବହାରକୁ ନେଇ କହିଛନ୍ତି ଯେ ଏହି ଭଳି ଚିହ୍ନ ପଛରେ ସାଧାରଣ ଭୋଟର କିଭଳି ସହଜରେ ଚିହ୍ନିବା ପାଇଁ ସକ୍ଷମ ହେବେ ତାର ସମସ୍ତ ଦିଗକୁ ଆଖିଆଗରେ ରଖି ସାମିଲ କରାଯାଏ ।

ନୂଆ ପୁରୁଣା ଚିହ୍ନ ମିଶି ଫଳ, ଗ୍ୟାସ ସିଲିଣ୍ଡର, ଷ୍ଟୋଭ, ପ୍ରେସର କୁକୁର, ପ୍ୟାନ, ଟ୍ରାକ୍ଟର, ସିଲେଇ ମେଶିନ, ଡିଜେଲ ପମ୍ପ, ହେଲିକ୍ୟାପ୍ଟର, ଅଟୋରିକ୍ସାକୁ ତାଲିକାରେ ସାମିଲ କରିଛନ୍ତି ଇସି ।

କଟକ: ସିଲଭରସିଟି ରେ ବେଧଡ଼କ ଭାବେ ଚାଲିଛି ଲୁଟ ଉଦ୍ୟମ । କିଏ ସଫଳ ହେଉଛି ତ କିଏ ଅଳ୍ପକେ ବର୍ତ୍ତି ଯାଉଛି ଲୁଟେରାଙ୍କ କବଳରୁ । ଏମିତି ଘଟଣା ଆଜି ମଧ୍ୟ ସମ୍ନା କୁ ଆସିଛି । ବୋମା ପକାଇ ୧୫ ଲକ୍ଷ ଟଙ୍କା ଲୁଟ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ।

କଟକ ସିଡିଏ ଅଶ୍ୱିନୀ ହସ୍ପିଟାଲ ନିକଟରେ  ଥିବା ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ସଂସ୍ଥା ର ଟଙ୍କା ଜମା କରିବା ପାଇଁ  ସିଡିଏ ୭ ନମ୍ବର ଯାଉଥିବା ସମୟରେ  ଘଟିଥିଲା ଏପରି ଅଭାବନୀୟ ଘଟଣା । 

ପେଟା ନାଳ ନିକଟରେ ହଟାତ  ଦୁଇଜଣ ଯୁବକ ଏକ ହୋଣ୍ଡା ସାଇନ ଗାଡ଼ିରେ ଆସି ଉକ୍ତ କର୍ମଚାରୀଙ୍କ ଉପରକୁ   ଲଙ୍କାଗୁଣ୍ଡ ମାଡ଼ କରିଥିଲେ ।  ଯାହା ଫଳରେ କର୍ମଚାରୀ ମାନେ ରହିଯିବାରୁ ଦୁର୍ବୁତ୍ତ ମାନେ ଟଙ୍କା ବ୍ୟାଗ କୁ ଛଡ଼ାଇବାପାଇଂ ଚେଷ୍ଟା ମଧ୍ଯ କରିଥିଲେ । 

 ଯାହାକୁ ସିଧାସଳଖ  ବିରୋଧ କରିଥିଲେ କର୍ମଚାରୀ । ଏହାପରେ  ଅନ୍ୟ ସ୍ଥାନୀୟ ଲୋକମାନେ ଏକଜୁଟ ହେବା ଦେଖି ଦୁର୍ବୁତ୍ତ ମାନେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ।  ସୂଚନାଯୋଗ୍ୟ ଯେ କର୍ମଚାରୀ ମାନେ ୧୫ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଉଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.