ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଶ୍ରାବଣ ମାସରେ ଆରମ୍ଭ ହୋଇପାରେ । ମନ୍ଦିର ନିର୍ମାଣ ଟ୍ରଷ୍ଟର ଜଣେ ବରିଷ୍ଠ ସଦସ୍ୟ ସ୍ବାମୀ ବାସୁଦେବନନ୍ଦ ସରସ୍ବତୀଙ୍କ ଅନୁଯାୟୀ, ଚତୁର୍ମାସରେ କେବଳ ବିବାହ ଭଳି ଶୁଭ କାର୍ଯ୍ୟ ନୁହେଁ ବରଂ ପୂଜାପାଠ ଓ ମନ୍ଦିରର ଶିଳାନ୍ୟାସ କରିପାରିବେ ।
ତାଙ୍କ କହିବାନୁଯାୟୀ, ସମସ୍ତ ରାମ ଭକ୍ତଙ୍କ ଇଚ୍ଛା ଯେ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ଉଚିତ ଓ ଏହାର ଔପଚାରିକ ମୂଳଦୁଆ ପଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ପଡିବା ଉଚିତ । ଲୋକଙ୍କ ଏହି ଇଚ୍ଛାକୁ ଦୃଷ୍ଟିରେ ରଖି 18 ଜୁଲାଇରେ ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଫାଉଣ୍ଡେସନ ପଥର କାର୍ଯ୍ୟକ୍ରମର ତାରିଖ ସ୍ଥିର କରାଯିବା ସହିତ ପିଏମ ମୋଦିଙ୍କ ସମେତ ଅନ୍ୟ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇପାରେ।
ସେ ଏହା ମଧ୍ୟ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣରେ ବାଧା ଦୂର କରିବାରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ଯଦି ସେ ରାମଲଲା ନିର୍ମାଣର ମୂଳଦୁଆରେ ଜଡିତ ହେବେ, ତେବେ ପ୍ରଭୂ ରାମ ତାଙ୍କ ପାଇଁ କଲ୍ୟାଣ କରିବେ। ତାଙ୍କ କହିବାନୁସାରେ, ମନ୍ଦିର ପାଇଁ ପଥର ଖୋଦନ ଓ ଅନ୍ୟାନ୍ୟ କାର୍ଯ୍ୟ ଜୋରସୋରରେ ଚାଲିଛି। ଆନୁଷ୍ଠାନିକ ଭିତ୍ତି ପ୍ରସ୍ତର ପରେ ଏହା ଆହୁରି ଗତିଶୀଳ ହେବ । ସେ କହିଛନ୍ତି ଯେ ଯେକୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସେଗୁଡିକ ସାମାଜିକ ଦୂରତାର ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ ଓ ମୂଳଦୁଆ ପଥର ପରେ ପ୍ରଭୂ ରାମ ନିଜର ଚମତ୍କାର ଦେଖାଇବେ ଓ ଦେଶ ତଥା ବିଶ୍ବ କୋରୋନା ମହାମାରୀକୁ ରକ୍ଷା ପାଇବା ।