ହାଇଦ୍ରାବାଦ: ମହାରାଷ୍ଟ୍ର ମହାଡ୍ରାମା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ନୂଆ ସରକାରର ଶପଥ ଗ୍ରହଣ ବିରୋଧରେ ଏନସିପି, ଶିବସେନା ଓ କଂଗ୍ରେସ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଆଦେଶକୁ ରଦ୍ଧ କରିବା ପାଇଁ ତିନି ଦଳ ଆବେଦନ କରିଛନ୍ତି । ଏ ମାମଲାରେ ଆଜି (ରବିବାର) ସୁପ୍ରିମକୋର୍ଟରେ ଦିନ 11.30ରେ ଶୁଣାଣି ହେବ ।
ସୁପ୍ରିମକୋର୍ଟରେ ଦାଏର ଯାଚିକାରେ ଶିବସେନା, କଂଗ୍ରେସ ଓ ଏନସିପି 154 ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଶିଘ୍ର ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଡକାଇ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଛନ୍ତି 3 ଦଳ ।