ETV Bharat / bharat

ଅଜବ ଦେଶ: ଜଗିଂ କରିବା, ଚୁଇଙ୍ଗମ ଖାଇବା ମନା - Weird Banned By Governments

ବିଶ୍ବରେ ଏପରି ବହୁତ ଦେଶ ଅଛି ଯେଉଁଠି ଚୁଇଙ୍ଗମ ଖାଇବା, ଜିନ୍ସ ପିନ୍ଧିବା, ଜଗିଂ କରିବା ମନା । ଏଥିପ୍ରତି କଡା ଆଇନ ରହିଛି । ତେବେ ଆସନ୍ତୁ ଜାଣିବା ସେ ଦେଶ ସମ୍ପର୍କରେ...

ଡିଜାଇନ ଫଟୋ
author img

By

Published : Sep 23, 2019, 1:30 PM IST

ହାଇଦ୍ରାବାଦ: ସମାଜକୁ ଭଲ ମାର୍ଗରେ ଚଳାଇବାକୁ ହେଲେ ଆଇନର ନିହାତି ଆବଶ୍ୟକ । ଯଦି ସଠିକ ଆଇନ ବ୍ୟବସ୍ଥା ନଥାଏ ତେବେ ସ୍ବଭାବିକ କଥା, ସମାଜରେ ଅଧିକ ବିଶୃଙ୍ଖଳା ବଢିଯିବ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସମାଜକୁ ଶୃଙ୍ଖଳିତ କରୁଥିବା ଆଇନ ହିଁ ସମାଜର ମନ ଯଦି ବିଶୃଙ୍ଖଳା କରିଦିଏ ତେବେ ସମାଜର ଅବସ୍ଥା କଣ ହେବ । ବିଶ୍ବରେ ଏପରି ବହୁତ ଦେଶ ଅଛି ଯାହାର ଆଇନ ସମ୍ପର୍କରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମଦ, ସିଗାରେଟ, ତମ୍ବାଖୁ, ପାନ, ବିଡି ଉପରେ ପ୍ରତିବନ୍ଧ ଲଗାଇବା ଆପଣ ଶୁଣିଥିବେ । ହେଲ ଚୁଇଙ୍ଗମ ଖାଇବାରେ କଟକଣା ଲାଗିବା କେବେ ଶୁଣିନଥିବେ । ସିଙ୍ଗାପୁରରେ 2004 ମସିହାରୁ ଚୁଇଙ୍ଗମ ଖାଇବା ଉପରେ ବ୍ୟାନ କରାଯାଇଛି । କାରଣ ସିଙ୍ଗାପୁର ସରକାରଙ୍କ ଆଇନ କହୁଛି ଚୁଇଙ୍ଗମ ଖାଇ ଏଣେତେଣେ ଫପାଡିବା ସଫେଇ କାର୍ଯ୍ୟରେ ବାଧା ଉପୁଜୁଛି । ତେଣୁ ଆଜକୁ 15 ବର୍ଷ ହେବ ଏହି ଦେଶରେ ଚୁଇଙ୍ଗମ ଖାଇବା ମନା ।

ସେହିପରୁ ନବଜାତ ଶିଶୁଙ୍କର ନାଁ ଅଭିଭାବକ ରଖି ପାରିବେ ନାହିଁ । ଏଥିଲାଗି ସରକାର ନିଷ୍ପତ୍ତି ନେବେ ଆପଣ ନିଜ ସନ୍ତାନର ନାଁ କଣ ରଖିବେ । ଏହି ଅଜବ ଧରଣର ଆଇନ ଜେନମାର୍କରେ ପ୍ରଚଳିତ । ସରକାର ଅଭିଭାବକଙ୍କୁ 7 ହଜାର ନାଁ ପୂର୍ବରୁ ସୂଚୀତ କରିବେ । ସେଥିମଧ୍ୟରୁ ଅଭିଭାବକଙ୍କୁ ଗୋଟିଏ ନାଁ ଚୟନ କରିବାକୁ ପଡିବ । ଯଦି ଆପଣ ନିଜ ପସନ୍ଦର ନାଁ ରଖିବାରୁ ଚାହୁଁଛନ୍ତି ଏବଂ ସେହି ନାଁ ଟି ଦିଆଯାଇଥିବା ସୂଚୀରେ ନାହିଁ ତେବେ ଆପଣଙ୍କୁ ସରକାରଙ୍କ ଦ୍ବାରସ୍ତ ହେବାକୁ ପଡିବ ।

ପୂର୍ବ ଆଫ୍ରିକାରେ ବରୁଡୀ ନାମକ ଏପରି ଏକ ଦେଶ ଅଛି ଯେଉଁଠି ଜଗିଙ୍ଗ କରିବା ମନା । 2014 ମସିହାରେ ଦେଶର ରାଷ୍ଟ୍ରପତି ଜଗିଂକୁ ବ୍ୟାନ କରିଛନ୍ତି । ଏଠାକାର ଆଇନ କହୁଛି ଯେ ଲୋକେ ଅସାମାଜିକ କାର୍ଯ୍ୟକଳାପ କରିବା ଲାଗି ଜଗିଙ୍ଗର ସାହାରା ନିଅନ୍ତି । ସେହିପରି ଉତ୍ତର କୋରିଆର ନୀଳ ଜିନ୍ସ ଉପରେ ସରକାର ପ୍ରତିବନ୍ଧ ଲଗାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.