ETV Bharat / bharat

ଅଲମୋଡ଼ା ଦଶହରାର ସ୍ବତନ୍ତ୍ରତା, ରାବଣର ପରିବାର ସଦସ୍ୟଙ୍କ ହୁଏ ଦାହ

ଅଲମୋଡା ଦଶହରାର ସମଗ୍ର ଦେଶରେ ସ୍ବତନ୍ତ୍ରତା ରହି ଆସିଛି । ଏଠାରେ ରାବଣର ପରିବାରର ସଦସ୍ୟଙ୍କ ପ୍ରତିକୃତିକୁ ପ୍ରସ୍ତୁତ କରି ଦାହ କରାଯାଇଥାଏ ପରମ୍ପରା ରହିଆସିଛି । ତେବେ ଏଠାରେ ପାଳିତ ହେଉଥିବା ଦଶହରାକୁ ଦେଖିବା ପାଇଁ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି ବୋଲି ଜଣାପଡ଼ିଛି ।

author img

By

Published : Oct 9, 2019, 12:16 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ଉତ୍ତରାଖଣ୍ଡର ଅଲମୋଡ଼ା ସମଗ୍ର ଦେଶରେ ସାଂସ୍କୃତିକ ରାଜଧାନୀ ଭାବେ ମାନ୍ୟତା ପାଇ ଆସିଛି । ଫଳରେ ଏଠାରେ ଘଟୁଥିବା ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମର ସ୍ବତନ୍ତ୍ରତା ମଧ୍ୟ ଭିନ୍ନ ଥାଏ । ଏହି କ୍ରମରେ ଏଠାରେ ପାଳିତ ହୋଇଯାଇଛି ପବିତ୍ର ଶାରଦୀୟ ଦୁର୍ଗାପୂଜା । ଏଠାରେ ଅନୁଷ୍ଠିତ ହେଉଥିବା ଦଶହରାର ମଧ୍ୟ ମହତ୍ତ୍ବ ଭିନ୍ନ ଥାଏ । ଚଳିତ ଥର ଏଠାରେ ରାବଣପୋଡ଼ି ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ରାବଣପୋଡ଼ି ଉତ୍ସବରେ ରାବଣର ପରିବାରର ସଦସ୍ୟଙ୍କ କଣ୍ଢେଇ କରାଯାଇ ପୋଡ଼ା ଯାଇଥିଲା ।

ଏହି କଣ୍ଢେଇଙ୍କ ମଧ୍ୟରେ ରାବଣ, ତାଡକା, ଖର, ସୁବାହୁ, ମେଘନାଦ, ଅହିରାବଣ, ମହିରାବଣଙ୍କ ସମେତ 28 ଜଣଙ୍କୁ ଦାହ କରାଯାଇଥିଲା । ଏହି ଉତ୍ସବକୁ ଦେଖିବା ପାଇଁ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥିବା ଜଣାଯାଏ । ତେବେ ରାବଣ ପୋଡ଼ି ଉତ୍ସବ ପୂର୍ବରୁ ନିର୍ମିତ କଣ୍ଢେଇ ଗୁଡ଼ିକୁ ସହରରେ ବୁଲାଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପାଇଁ ସହରର ଲକ୍ଷାଧିକ ଲୋକେ ରୁଣ୍ଡ ହୋଇଥିଲେ । ଏହି ବୁଲାଇବା କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ନିକଟସ୍ଥ ଷ୍ଟାଡ଼ିୟମ ପଡ଼ିଆରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

କୁହାଯାଏ ଦେଶର ଦୁଇଟି ସ୍ଥାନରେ ରାବଣପୋଡ଼ି ଉତ୍ସବ ବେଶ ସ୍ବତନ୍ତ୍ରତା ରହିଆସିଛି । ଗୋଟିଏ ହିମାଚଳ ପ୍ରଦେଶର କୁଲ୍ଲୁ ଏବଂ ଅନ୍ୟଟି ଉତ୍ତରାଖଣ୍ଡର ଅଲମୋଡାର । ଅଲମୋଡ଼ାରେ ଏହି ଦଶହରା ପର୍ବ ଏବଂ ରାବଣ ପୋଡ଼ି ଉତ୍ସବକୁ ଦେଖିବା ପାଇଁ ଏଠାରେ ଆସି ସହସ୍ରାଧିକ ଲୋକେ ରୁଣ୍ଡ ହୋଇଥାନ୍ତି । ଏପରିକି ବିଦେଶରୁ ମଧ୍ୟ ଲୋକେ ଆସିଥାନ୍ତି ବୋଲି ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଏହି ପର୍ବ ଆରମ୍ଭରୁ ହିଁ ମାତ୍ର ଗୋଟିଏ ରାବଣର ପ୍ରତିକୃତିକୁ ଦାହ କରାଯାଉଥିଲା । ମାତ୍ର ଧିରେ ଧିରେ ଆୟୋଜକ ରାବଣ ଓ ତାର ପରିବାରର ସଦସ୍ୟଙ୍କ ପ୍ରତିକୃତିକୁ ମଧ୍ୟ ଦାହ କରିବାକୁ ଆରମ୍ଭ କରିଦେଇଥିଲେ । ଏବେ ପାଖାପାଖି 24ରୁ ଊର୍ଦ୍ଧ୍ବ କଳାତ୍ମକ ଢଙ୍ଗରେ ପ୍ରତିକୃତି ଗଢାଯାଇ ଦାହ କରାଯାଉଛି । ସେହିପରି ଅଲମୋଡ଼ାରେ ଯେତେବେଳେ ବିଦ୍ୟୁତ ସରବରାହ ସଠିକ ଭାବେ କାର୍ଯ୍ୟକାରୀ ହୋଇନଥିଲା ସେହି ସମୟରେ ଏଠାରେ ରାମଲୀଳା ଆରମ୍ଭ କରା ଯାଇଥିଲା। ସେହି ସମୟରେ କେବଳ ରାବଣର ପ୍ରତିକୃତିକୁ ଦାହ କରାଯାଉଥିଲା । ତେବେ ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳର ଅନେକ ବାସିନ୍ଦା ଏହି ରାବଣର ମୂର୍ତ୍ତି କାର୍ଯ୍ୟ କରିଆସୁଛନ୍ତି ।

ଫ୍ରାନ୍ସରୁ ଆସିଥିବା କିଛି ପର୍ଯ୍ୟଟକଙ୍କ କହିବା ମୁତାବକ ନିର୍ମାଣ କରାଯାଇଥିବା କଣ୍ଢେଇ ଗୁଡିକ ବେଶ ଆକର୍ଷକ । ଏଭଳି କଳାକୃତି ପ୍ରଥମ ଥର ପାଇଁ ଏଠାରେ ଦେଖିବାକୁ ପାଉଛନ୍ତି । ପ୍ରତି ବର୍ଷ ସେ ଏହି ଦଶହରା ଓ ରାବଣପୋଡ଼ି ଉତ୍ସବ ଦେଖିବାକୁ ଆସିବେ ବୋଲି ସେମାନେ କହିଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.