ETV Bharat / bharat

କୋରୋନା ମାମଲା ଚିକିତ୍ସା ନୁହେଁ ଅପରାଧିକ ସମସ୍ୟା: ଅଖିଳେଶ ଯାଦବ - କୋରୋନା ଭାଇରସ

ଉତ୍ତରପ୍ରଦେଶରେ କୋରୋନା ଭାଇରସ ସହ ଜଡିତ ହଜାର ହଜାର ମାମଲା ରୁଜୁ ହେଉଛି, ଯାହାକୁ ଦେଖି ଲାଗୁଛି ଏହା କୌଣସି ଚିକିତ୍ସା ନୁହେଁ ଅପରାଧିକ ସମସ୍ୟା ଅଟେ । ତେବେ ଏପରି ଏକ ମନ୍ତବ୍ୟ ଟ୍ବିଟ ଜରିଆରେ ଦେଇଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ।

akhilesh yadav
କୋରୋନା ମାମଲା ଚିକିତ୍ସା ନୁହେଁ ଅପରାଧିକ ସମସ୍ୟା: ଅଖିଳେଶ ଯାଦବ
author img

By

Published : May 22, 2020, 10:24 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ଭାଇରସ ସହ ଜଡିତ ହଜାର ହଜାର ମାମଲା ରୁଜୁ ହେଉଛି, ଯାହାକୁ ଦେଖି ଲାଗୁଛି ଏହା କୌଣସି ଚିକିତ୍ସା ନୁହେଁ ଅପରାଧିକ ସମସ୍ୟା ଅଟେ । ତେବେ ଏପରି ଏକ ମନ୍ତବ୍ୟ ଟ୍ବିଟ ଜରିଆରେ ଦେଇଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ । ଏଥିସହ ସେ କହିଛନ୍ତି କ୍ବାରେନଣ୍ଟିନ ସେଣ୍ଟରର ଖରାପ ଅବସ୍ଥା ଏବଂ ତାଙ୍କ ପ୍ରତି ବିଜେପି ସରକାରଙ୍କ ଭେଦଭାବ ନୀତି କାରଣରୁ ଲୋକ ସେଠାକୁ ଯିବାକୁ ଡରୁଛନ୍ତି । ଅଖିଳେଶ ଯାଦବ ଆହୁରି ମଧ୍ୟ କହିଛନ୍ତି, ବିଜେପି ନିଜର ସଂକୀର୍ଣ୍ଣ ଚଷମା ବଦଳାଉ ।

ସୂଚନା ଅନୁଯାୟୀ, ଲକଡାଉନ୍ ଉଲ୍ଲଂଘନ, ହୋର୍ଡିଂ ଏବଂ କଳା ବଜାରୀ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସାରା ରାଜ୍ୟରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି । 1000 ବସକୁ ନେଇ କଂଗ୍ରେସ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ତଥା ଉତ୍ତରପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଜୟ କୁମାର ଲାଲୁଙ୍କ ସମେତ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଅଖିଳେଶ ଏହା ପୂର୍ବରୁ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ, ଏଭଳି ସଙ୍କଟ ସମୟରେ ମଧ୍ୟ ବିଜେପି ଦୁର୍ବଳ ଲୋକଙ୍କୁ ନିର୍ଯ୍ୟାତନା ଦେବାରେ ଟିକେ ମଧ୍ୟ ପଛାଉନାହିଁ । ଏଥିସହ ସେ କହିଛନ୍ତି, ଗରିବ ଏବଂ ମଜୁରିଆଙ୍କ ସହିତ ବିଜେପି ଦୁର୍ବ୍ୟବହାର କରୁଛି । ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ନାନା ପ୍ରକାର ବାହାନା ଖୋଜୁଛି । ଯାହା ଅତି ନିନ୍ଦନୀୟ ଅଟେ । ଏହା ବିଜେପିର ରାଜନୀତି ନୁହେଁ ବରଂ ଷଡଯନ୍ତ୍ରକାରୀଙ୍କ ବାଞ୍ଝନୀତି ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.