ETV Bharat / bharat

‘ତୁମେ ସବୁବେଳେ ମୋ ହିରୋ’

ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ପ୍ରିୟଙ୍କାଙ୍କ ହୃଦୟଛୁଆଁ ବୟାନ । ତୁମେ ମୋ ହିରୋ ବୋଲି କହିଛନ୍ତି ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା ।

author img

By

Published : May 21, 2019, 10:08 AM IST

Updated : May 21, 2019, 12:39 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଶ୍ରାଦ୍ଧ ଦିବସରେ ମନେପଡନ୍ତି ରାଜୀବ ଗାନ୍ଧୀ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଉତ୍ତରପ୍ରଦେଶ(ପୂର୍ବ)ର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଷ୍ପସୁମନ ଅର୍ପଣ କରିବା ସହ ସ୍ମୃତିଚାରଣ କରିଛନ୍ତି । ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

sonia, rahul, priyanka, tribute, rajiv gandhi, death anniversary
ଫଟୋ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ସକାଳୁ ନୂଆଦିଲ୍ଲୀ ବୀରଭୂମିକୁ ଯାଇ ରାଜୀବଙ୍କ ପ୍ରତିମୁର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ଗାନ୍ଧୀ ପରିବାର । ଏହି ଅବସରେ ପ୍ରିୟଙ୍କା ପିତା ରାଜୀବଙ୍କୁ ତାଙ୍କ ହିରୋ ବୋଲି ସମ୍ବୋଧନ କରିଛନ୍ତି । ତୁମେ ସବୁବେଳେ ମୋ ହିରୋ ହୋଇ ରହିବ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ବାପାଙ୍କ ସହ ଉଠା ଯାଇଥିବା ଏକ ଫଟୋକୁ ମଧ୍ୟ ସେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଅଗ୍ନୀପଥ ଗୀତର କିଛି ପଂକ୍ତି ମଧ୍ୟ ରହିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

1944 ମସିହା ଅଗଷ୍ଟ 20 ତାରିଖରେ ଜନ୍ମଗ୍ରହଣ କରିଥିଲେ ରାଜୀବ । ବାପା ଫିରୋଜ ଗାନ୍ଧୀ ଏବଂ ମା ଇନ୍ଦିରା ଗାନ୍ଧୀ । ଉତ୍ତରପ୍ରଦେଶର ଅମେଠୀ ଲୋକସଭା ଆସନରୁ 4ଥର ନିର୍ବାଚିତ ହୋଇଥିଲେ ସ୍ବର୍ଗତ ରାଜୀବ ଗାନ୍ଧୀ । 1991 ମସିହା ମେ 21ରେ ତାମିଲନାଡୁର ଏକ ନିର୍ବାଚନୀ ପ୍ରଚାରରେ LTTEର ଆତ୍ମଘାତୀ ବିସ୍ଫୋରଣରେ ରାଜୀବଙ୍କ ମୃତ୍ୟୁ ହୋଇଥିଲା ।

Intro:Body:

dff

Conclusion:
Last Updated : May 21, 2019, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.