ETV Bharat / bharat

ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

author img

By

Published : Sep 5, 2020, 8:13 PM IST

ଶନିବାର ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।

ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ
ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ଶ୍ରୀନଗର: ନିଜ ବଦମାସିରୁ ପଛାଉନି ପାକିସ୍ତାନ । ଏଲ୍‌ଓସି ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଶନିବାର ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେହିପରି ଉଭୟ ସେନା ପକ୍ଷରୁ ହୋଇଥିବା ଗୁଳିବିନିମୟରେ 2 ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ନୌଗାମ ସେକ୍ଟରରେ ଥିବା ଭାରତୀୟ ସେନାର ଚେକପୋଷ୍ଟକୁ ଟାର୍ଗେଟ କରି ଶନିବାର ପାକିସ୍ତାନ ଗୁଳିମାଡ କରିଥିଲା । ଏହି ସମୟରେ ଭୁପେନ୍ଦ୍ର ସିଂ ନାମକ ଜଣେ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନ ସେନାର ଗୁଳିରେ ଭେଙ୍କେଟେସ ଏବଂ ସଜ୍ଜଲ ନାମକ ଦୁଇ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଭାରତୀୟ ସୈନିକ ଏହାର କଡା ଜବାବ ଦେଉଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.