ETV Bharat / bharat

କୋରୋନା କାଳରେ ପରୀକ୍ଷାକେନ୍ଦ୍ର ବାହାରେ ଅସମ୍ଭାଳ ଭିଡ, ନକେଦମ ପୋଲିସ

author img

By

Published : Jul 17, 2020, 4:18 PM IST

କେରଳର ଥିରୁବନ୍ତପୁରମରେ ଗୁରୁବାର ହୋଇଥିବା ଇଂଞ୍ଜିନିୟରିଙ୍ଗ ଆର୍ଚିଟେକଚର ମେଡିକାଲ(KEAM) ପ୍ରବେଶିକା ପରୀକ୍ଷା ହଲ ବାହାରେ ଦେଖିବାକୁ ମିଳିଛି କୋଭିଡ ପ୍ରୋଟକଲର ଖୋଲାଖୋଲି ଉଂଲ୍ଳଘନ ।

trivandrum
ପରୀକ୍ଷା କେନ୍ଦ୍ରରେ ଭୁଲିଗଲେ ସାମାଜିକ ଦୂରତା

ଥିରୁବନନ୍ତପୁରମ: ଦେଶରେ ଦିନକୁ ଦିନ କୋରୋନା ସ୍ଥିତି ଉଦବେଗଜନକ ହେବାରେ ଲାଗିଛି । ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ କୋଭିଡ ନିୟମକୁ କଡାକଡି କରିବାକୁ ନିର୍ଦ୍ଦେଶ ହୋଇଥିଲେ ବି ଏଥିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । କେରଳର ଥିରୁବନ୍ତପୁରମରେ ଗୁରୁବାର ହୋଇଥିବା ଇଂଞ୍ଜିନିୟରିଂ ଆର୍ଚିଟେକଚର ମେଡିକାଲ(KEAM) ପ୍ରବେଶିକା ପରୀକ୍ଷା ହଲ ବାହାରେ ଦେଖିବାକୁ ମିଳିଛି କୋଭିଡ ପ୍ରୋଟକଲର ଖୋଲାଖୋଲି ଉଂଲ୍ଳଘନ । ପରୀକ୍ଷା କେନ୍ଦ୍ର ବାହାରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଗୁରୁବାର ସକାଳେ ଥିରୁବନନ୍ତପୁରମର ସେଣ୍ଟ ମାରିସ ନାମକ ଏକ ପରୀକ୍ଷା କେନ୍ଦ୍ରରେ ପରିସ୍ଥିତି ସାମାନ୍ୟତମ ଥିଲା । ମାତ୍ର ଦ୍ବିପହର ସମୟରେ ଯେତେବେଳେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ କେନ୍ଦ୍ରରୁ ବାହାରିବା ବେଳକୁ ବାହାରେ ପରିସ୍ଥିତି କିଛି ଭିନ୍ନଥିଲା । ଅଭିଭାବକମାନେ ବାହାରେ ଭିଡ ଜମାଇଥିଲେ । ଭିଡ ଏତେ ଅସମ୍ଭାଳ ହୋଇଥିଲା ଯେ, ସେଠାରେ ମୁତୟନ ଥିବା ପୋଲିସକର୍ମୀ ଓ ଭଲ୍ୟୁଣ୍ଟିୟରମାନେ ଭିଡକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିଲେ ।

ରାଜଧାନୀର ଅନେକ ପରୀକ୍ଷାକେନ୍ଦ୍ରରେ ସାମାଜିକ ଦୂରତା ନିୟମର ଖୋଲାଖୋଲି ଉଂଲ୍ଲଘନ ହୋଇଥିବା ଦେଖିବାକୁ ମିଳିଛି । ତେବେ ପ୍ରତିଦିନ ଥିରୁବନନ୍ତପୁରମରୁ ଗୁରୁବାରନ 339 ନୂଆ କୋରୋନା କେସ ସାମ୍ନାକୁ ଆସୁଥିବାବେଳେ ସେମାନଙ୍କ ମଧ୍ୟରେ 301 ଜଣ କଣ୍ଟାକ୍ଟ ଟ୍ରାନସମିଶନ ଦ୍ବାରା ଚିହ୍ନଟ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.