ETV Bharat / bharat

ଲଞ୍ଚ ହେଲା ଭାରତର ପ୍ରଥମ ‘ସୋସିଆଲ ଡିଷ୍ଟାନ୍ସ ସ୍କୁଟର’

author img

By

Published : Jun 26, 2020, 9:43 PM IST

କୌଣସି କ୍ଷେତ୍ରରେ ପଛୁଆ ନୁହେଁ ଭାରତ । ଏହାକୁ ଦୃଷ୍ଟିରେ ରଖି ସୋସିଆଲ ଡିଷ୍ଟାନ୍ସ ସ୍କୁଟର ନିର୍ମାଣ କରିବ ବୋଲି ଭାରତୀୟ କମ୍ପାନୀ ଜେମୋପାଇ ଇଲେକ୍ଟ୍ରିକ୍ ଘୋଷଣା କରିଥିଲା । ଏବେ କମ୍ପାନୀ ଭାରତୀୟ ବଜାରରେ ସୋସିଆଲ ଡିଷ୍ଟନ୍ସ ସ୍କୁଟର ଲଞ୍ଚ କରିଛି । ଯାହାକି ଭାରତର ପ୍ରଥମ ସୋସିଆଲ ଜିଷ୍ଟାନ୍ସ ସ୍କୁଟର ଭାବେ ପରିଚୟ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲଞ୍ଚ ହେଲା ଭାରତର ପ୍ରଥମ ‘ସୋସିଆଲ ଡିଷ୍ଟାନ୍ସ ସ୍କୁଟର’
ଲଞ୍ଚ ହେଲା ଭାରତର ପ୍ରଥମ ‘ସୋସିଆଲ ଡିଷ୍ଟାନ୍ସ ସ୍କୁଟର’

ନୂଆଦିଲ୍ଲୀ: କୌଣସି କ୍ଷେତ୍ରରେ ପଛୁଆ ନୁହେଁ ଭାରତ । କୋରୋନା ଯୋଗୁଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ସୋସିଆଲ ଡିଷ୍ଟାନ୍ସ ସ୍କୁଟର ନିର୍ମାଣ କରିବ ବୋଲି ଭାରତୀୟ କମ୍ପାନୀ ଜେମୋପାଇ ଇଲେକ୍ଟ୍ରିକ୍ ଘୋଷଣା କରିଥିଲା । ମାସକ ପୂର୍ବେ ଏହି ଇଲେକ୍ଟ୍ରିକ ସ୍କୁଟର ନିର୍ମାତା କମ୍ପାନୀ ନିଜ ପ୍ରଥମ ନୂଆ ସ୍କୁଟର ମଡେଲର ଟିଜର ଜାରି କରିଥିଲା । ଆଉ ଏବେ କମ୍ପାନୀ ଭାରତୀୟ ବଜାରରେ ସୋସିଆଲ ଡିଷ୍ଟନ୍ସ ସ୍କୁଟର ଲଞ୍ଚ କରିଛି । ଯାହାକି ଭାରତର ପ୍ରଥମ ସୋସିଆଲ ଜିଷ୍ଟାନ୍ସ ସ୍କୁଟର ଭାବେ ପରିଚୟ ମିଳିଛି ।

ଏହି ଜେମୋପାଇ ମିସୋ ସ୍କୁଟର ର ଦାମ ମାତ୍ର 44 ହଜାର ଟଙ୍କା । ମିସୋ ଇଲେକ୍ଟ୍ରିକ ସ୍କୁଟରକୁ 2 ହଜାର ଟଙ୍କାରେ ବୁକିଂ କରାଯାଇପାରିବ । ଏହାକୁ ଉଭୟ ଅନଲାଇନ ଏବଂ ଅଫ୍‌ଲାଇନରେ ବୁକିଂ କରାଯାଇପାରିବ । ମିନି-ଇ-ସ୍କୁଟର ମିସୋର ଦୁଇଟି ମଡେଲ ଲଞ୍ଚ ହୋଇଛି । ଜେମୋପାଇର କୋ-ଫାଉଣ୍ଡର ଅମିତ ରାଜଙ୍କ କହିବା କଥା ହେଲା, ‘କୋରୋନା ଯୋଗୁଁ ସାମାଜିତ ଦୂରତା ବଜାଇ ରଖି ଚଳିବା ଟିକେ କଷ୍ଟସାଧ୍ୟ ହୋଇପଡିଛି । ଏପରି କ୍ଷେତ୍ରରେ ଘରେ ମଧ୍ୟ ବସି ହେବ ନାହିଁ । ଆମକୁ ସୁରକ୍ଷିତର ସହିତ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପଡିବ । ତେଣୁ ସାଧାରଣ ବଜାର, ପାଖାପାଖି ଅଞ୍ଚଳକୁ ଯିବାକୁ ହେଲେ ଜଣେ ମଣିଷ ପାଇଁ ଏହି ମିନି ସ୍କୁଟର ଅନେକ ସହାୟକ ହେବ ।’

ମିସୋର ଦୁଇଟି ମଡେଲ ଲଞ୍ଚ କରାଯାଇଛି । ଗୋଟିଏ ମଡେଲରେ କେବଳ ସିଙ୍ଗଲ ସିଟ୍ ଦିଆଯାଇଛି । ଏହି ସ୍କୁଟରକୁ ଦୈନନ୍ଦିନ ଯାତ୍ରା ପାଇଁ ବ୍ୟବାହ କରାଯାଇ ପାରିବ । ଏବଂ ଅନ୍ୟ ମଡେଲରେ ସିଟ୍ ସହିତ ଏକ କ୍ୟାରିଅର ମଧ୍ୟ ଦିଆଯାଇଛି ଯାହା 120 କିଲୋଗ୍ରାମ ଓଜନ ବହନ କରିପାରିବ । ଅପରପକ୍ଷରେ ଏହି ସ୍କୁଟର ବ୍ୟାଟେରୀ ଓ ରେଞ୍ଜକୁ ଯଦି ଦେଖିବା ତେବେ ମିସୋରେ 48 V ଓ 1 KW ଡିଟେଚବଲ ଲିଥିୟମ ଆୟନ ବ୍ୟାଟେରୀ ଖଞ୍ଜାଯାଇଛି । ଏହି ବ୍ୟାଟେରୀ ଥରେ ଫୁଲ୍ ଚାର୍ଜ ହୋଇଗଲେ ପ୍ରାୟ 75 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ । ଏହାର ଟପ୍ ସ୍ପିଡ 25 କିମି ପ୍ରତି ଘଣ୍ଟା ରହିବ । 2 ଘଣ୍ଟାରେ ପ୍ରାୟ 90 ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିହେବ ବୋଲି କମ୍ପାନୀ କହିଛି । ତେବେ ଏହି ସ୍କୁଟରର ବ୍ୟାଟେରୀ ବ୍ୟତିତ ବାକି ସବୁକିଛି ଦେଶରେ ନିର୍ମାଣ ହୋଇଛି । ଆଗାମୀ ଦିନରେ ଜେମୋପାଇ କମ୍ପାନୀ ମେଡ ଇନ ଇଣ୍ଡିଆ ଗାଡି ତିଆରି କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.