ETV Bharat / bharat

ମାଗସେସ ପୁରସ୍କାର ବିଜେତା ଗିରଫ: ବାଣ୍ଟୁଥିଲେ ସିଏଏ ବିରୋଧୀ ପ୍ରଚାରପତ୍ର - ସିଏଏ

ରମନ ମାଗସେସ ପୁରସ୍କାର ବିଜେତା ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି । ସନ୍ଦୀପଙ୍କ ସମେତ ଅନ୍ୟ 9 ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସନ୍ଦୀପ ପାଣ୍ଡେଙ୍କ ତାଙ୍କ ଅନ୍ୟ ସାଥୀ ମାନେ ଘଣ୍ଟାଘର ପାଖରେ ଲୋକମାନଙ୍କ ମଧ୍ୟରେ ସିଏଏ ବିରୋଧୀ ପାମ୍ପଲେଟ୍‌ ବାଣ୍ଟୁଥିବା ସମୟର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

social activist sandeep pandey
social activist sandeep pandey
author img

By

Published : Feb 17, 2020, 5:46 PM IST

ଲକ୍ଷ୍ନୌ: ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟର ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମନ ମାଗସେସ ପୁରସ୍କାର ବିଜେତା ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି । ସନ୍ଦୀପଙ୍କ ସମେତ ଅନ୍ୟ 9 ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ସନ୍ଦୀପ ପାଣ୍ଡେ ଅନ୍ୟ ସମସ୍ତଙ୍କୁ ଠାକୁର ଗଞ୍ଜ ଥାନାରେ ଅଟକ ରଖାଯାଇଛି । ସନ୍ଦୀପ ପାଣ୍ଡେଙ୍କ ତାଙ୍କ ଅନ୍ୟ ସାଥୀ ମାନେ ଘଣ୍ଟାଘର ପାଖରେ ଲୋକମାନଙ୍କ ମଧ୍ୟରେ ସିଏଏ ବିରୋଧୀ ପାମ୍ପଲେଟ୍‌ ବାଣ୍ଟୁଥିବା ସମୟର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସିଏଏକୁ ବିରୋଧ କରିବା ସହ ଘଣ୍ଟାଘର ଠାରୁ ଉଜରିୟାଁ ପର୍ଯ୍ୟନ୍ତ ଏକ ପଦଯାତ୍ରା ପ୍ରସ୍ତୁତିରେ ରହିଥିଲେ । ଖବର ପାଇ ଠାକୁରଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ସିଏଏ ବିରୋଧରେ ଘଣ୍ଟାଘର ଠାରେ ଗତ ଏକ ମାସ ହେଲା ଆନ୍ଦୋଳନ ଜାରି ରହିଛି । ସହରର ଉଜରିୟାଁ ଇଲାକାରେ ମଧ୍ୟ ଅନ୍ୟ ଏକ ବିରୋଧ ପ୍ରଦର୍ଶନ ଜାରି ରହିଛି । ସନ୍ଦୀପ ପାଣ୍ଡେ ଦୀର୍ଘ ଦିନ ଧରି ସିଏଏ ବିରୋଧରେ ନିଜ ସ୍ବରଉତ୍ତୋଳନ ଜାରି ରଖିବା ସହ ଦେଶବାସୀଙ୍କୁ ଏହା ବିରୋଧରେ ସ୍ବର ଉଠାଇବା ପାଇଁ ଆହ୍ବାନ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.