ETV Bharat / bharat

ହିମାଚଳରେ ତୁଷାରପାତ, ବ୍ୟାପକ କ୍ଷତିର ସମ୍ମୁଖିନ ହୋଇପାରେ ସେଓ ଚାଷୀ

ହିମାଚଳ ପ୍ରଦେଶରେ ବ୍ୟାପକ ଭାବେ ତୁଷାରପାତ ଜାରି ରହିଛି । ଫଳରେ ଚଳିତ ବର୍ଷ ସେଓ ଚାଷୀ ବ୍ୟାପକ ଭାବେ କ୍ଷୟକ୍ଷତିର ସମ୍ମୁଖିନ ହୋଇପାରନ୍ତି ବୋଲି ଜଣାପଡ଼ିଛି । କନୌର ଜିଲ୍ଲାରେ ତୁଷାରପାତ କାରଣରୁ ସେଓ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 7, 2019, 11:54 AM IST

ସିମଲା: ପ୍ରବଳ ବର୍ଷା କାରଣରୁ ହିମାଚଳ ପ୍ରଦେଶରେ ଏବେ ତୁଷାରପାତ ଦେଖାଦେଇଛି । ଫଳରେ ପାଗ ଅନୁକୂଳ ଥିବାରୁ ରାଜ୍ୟରେ ସେଓ ଚାଷ ମଧ୍ୟ ଭଲ ହୋଇଛି । ତେବେ ତୁଷାରପାତ ସ୍ଥାନୀୟ ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଅନୁକୂଳ ପାଗ ପାଇଁ ରାଜ୍ୟରେ ଭଲ ସେଓ ଚାଷ ହୋଇଥିଲା । ମାତ୍ର ବିଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ବରଫପାତ ପାଇଁ ସେଓଚାଷ ବ୍ୟାପକ ଭାବେ କ୍ଷତିର ସମ୍ମୁଖିନ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ 2013 ଜୁନରେ ମଧ୍ୟ ଅନୂରୁପ ଭାବେ ତୁଷାରପାତ ହୋଇଥିଲା । ଯାହାଫଳରେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା।

ଚଳିତ ବର୍ଷ ମଧ୍ୟ ଏପରି ସମ୍ଭାବନା ଦେଖାଦେଇଛି । ପ୍ରବଳ ବରଫପାତ କାରଣରୁ ସେଓ, ଗଛରେ ନଷ୍ଟ ହୋଇଯିବ ବୋଲି ଚାଷୀ କହିଛନ୍ତି। ଏହି ଫଳ ପ୍ରବଳ ଫଳିଥିବା ବେଳେ ତାହା ବଜାରରେ ପହଞ୍ଚିବା ପୂର୍ବରୁ ହିଁ ନଷ୍ଟ ହୋଇଯିବ । ଯହା ଫଳରେ ବ୍ୟାପକ ଭାବେ କ୍ଷତିର ସମ୍ମୁଖିନ ହେବାକୁ ପଡିବ ବୋଲି ଚାଷୀ ପ୍ରକାଶ କରିଛନ୍ତି।

ସେପଟେ ସେଓ ଚାଷ ହୋଇଥିବା ଅଞ୍ଚଳରେ ତୁଷାରପାତ କମିବାକୁ ଅପେକ୍ଷା କରିଛନ୍ତି ଚାଷୀ । ଏହା କମିବା ଦ୍ବାରା ସେମାନେ ଏହାକୁ ମଣ୍ଡି ପର୍ଯ୍ୟନ୍ତ ନେବାକୁ ଚାହିଁ ବସିଛନ୍ତି । କାରଣ ସେଓ ମଣ୍ଡିରେ ପହଞ୍ଚିବା ପରେ ହିଁ ଏହାର ଦର ବୃଦ୍ଧି ହୋଇଥାଏ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.