ETV Bharat / bharat

ଧୂମ୍ରପାନ ଓ ଗଳା ରୋଗୀଙ୍କୁ କୋରୋନା ମୃତ୍ୟୁର ଅଧିକ ଡର - ଗଳା ରୋଗୀଙ୍କୁ କୋରୋନା ମୃତ୍ୟୁର ଅଧିକ ଡର

ଗଳା ରୋଗୀଙ୍କୁ ହେଉଥିବା ଏକ ପ୍ରକାର ରୋଗ ଯେଉଁଥିରେ ସେମାନେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଭୋଗନ୍ତି । ଏମାନଙ୍କୁ କୋରୋନା ସଂକ୍ରମଣର ଡର ସହ ଏଥିରେ ମୃତ୍ୟୁ ହେବାର ଅଧିକ ଭୟ ରହିଛି । ଅଧିକ ପଢନ୍ତୁ...

ଧୂମ୍ରପାନ ଓ ଗଳା ରୋଗୀଙ୍କୁ କୋରୋନା ମୃତ୍ୟୁର ଅଧିକ ଡର

author img

By

Published : May 30, 2020, 6:59 PM IST

ଲଣ୍ଡନ: ଗଳା ସଂକ୍ରମଣ ରୋଗରେ ଆକ୍ରାନ୍ତ ରୋଗୀ ଏବଂ ଧୂମ୍ରପାନ କରୁଥିବା ଲୋକଙ୍କୁ କେବଳ କୋରୋନା ଆକ୍ରାନ୍ତ ନୁହେଁ ମୃତ୍ୟୁର ଡର ମଧ୍ୟ ଅଧିକ । ଏନେଇ ୟୁନିଭର୍ସିଟି କଲେଜ ଅଫ୍ ଲଣ୍ଡନ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲା । ଯାହାର ଫଳାଫଳ ଜର୍ଣ୍ଣାଲ ପ୍ଲସ ୱାନରେ ପ୍ରକାଶ ପାଇଛି ।

ଗଳା ରୋଗୀଙ୍କୁ ହେଉଥିବା ଏକ ପ୍ରକାର ରୋଗ ଯେଉଁଥିରେ ସେମାନେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଭୋଗନ୍ତି । ଏମାନଙ୍କୁ କୋରୋନା ସଂକ୍ରମଣର ଡର ସହ ଏଥିରେ ମୃତ୍ୟୁ ହେବାର ଅଧିକ ଭୟ ରହିଛି । ବିଶ୍ବର ପ୍ରାୟ 251 ମିଲିୟନ ଲୋକ ଏହି ଗଳା ସଂକ୍ରମଣ ରୋଗ ଦ୍ବାରା ଆକ୍ରାନ୍ତ । ଏହି ରୋଗ ବିଶ୍ବର ଅଧିକ ଲୋକଙ୍କୁ ରହିଛି । ସେହିପରି ଏହି ରୋଗରେ ଧୂମ୍ରପାନ କରିଥିବାରୁ କିଛି ଲୋକ ଆକ୍ରାନ୍ତ ହୋଇଥାନ୍ତି ।

ଉଭୟ ପ୍ରକାର ରୋଗୀଙ୍କ ପାଇଁ ଏହି କୋରୋନା ଅତ୍ୟନ୍ତ ଭୟଙ୍କର । କୋରୋନା ହେବା ପରେ ପ୍ରଥମେ ଗଳା ସଂକ୍ରମଣ ହୋଇଥାଏ । ଶରୀରର ଗଳାକୁ ଏହା ଆକ୍ରାନ୍ତ କରିବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ । ତେଣୁ ପୂର୍ବରୁ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ କୋରୋନା ଶିଘ୍ର ଆଟାକ୍ କରିଥାଏ । ତେବେ ବଡ କଥା ହେଉଛି କୋଭିଡ 19 ଶିକାର ହେବା ପରେ ପୂର୍ବରୁ ଏମାନଙ୍କ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ । ଆଉ ଏହା ଆକ୍ରାନ୍ତ କରିବା ପରେ ପରିସ୍ଥିତି ଅଧିକ ଖରାପ ହୋଇଯାଏ । ସେଥିପାଇଁ ଏମାନଙ୍କ ମୃତ୍ୟୁ ଆଶଙ୍କା ଅଧିକ ଥାଏ ।

ଧୂମ୍ରପାନ କରୁଥିବା ଲୋକଙ୍କ ଫୁସଫୁସ, ହାର୍ଟ, ଲିଭର, ମୁହଁ ସବୁ ପ୍ରଭାବିତ ହୋଇଥାଏ । ଆଉ କୋରୋନା ପାଇଁ ଏସମସ୍ତ ଜାଗା ସୁରକ୍ଷିତ । ବିଶେଷ କରି ଏମାନଙ୍କ ଭିତରେ ସେ ମୃତ କୋଷ ତଥା ଦୁର୍ବଳ କୋଷ ଖୋଜି ପାଇଯାଏ । ଧୂମ୍ରପାନ କରୁଥିବା ଲୋକଙ୍କ ହାର୍ଟରେ ଏହି କୋଷିକା ଅଧିକ ଥାଏ । କୋଭିଡ 19 ଭୂତାଣୁକୁ ଏହା ସହଜରେ ମିଳିଯାଏ । ଫଳରେ ସେମାନେ ଏହାଦ୍ବାରା ଶିଘ୍ର ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡିଥାନ୍ତି । ଆଗରୁ ଏମାନଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ । କୋରୋନା ସହ ଲଢିବାର ଶକ୍ତି ହ୍ରାସ ପାଇଥାଏ । ସେଥିପାଇଁ ଚିକିତ୍ସା ହେବାରେ ସମୟ ଲାଗିବା ସହ ଶରୀରର ଅନେକ ଅଂଶ କାର୍ଯ୍ୟ କରିନଥାଏ । ଫଳରେ ଏମାନଙ୍କ ବଞ୍ଚିବା କଷ୍ଟକର ହୋଇପଡେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.