ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟର ମାମଲା, 28 ଅଗଷ୍ଟରେ ରିପୋର୍ଟ ଦେବ ଏସଆଇଟି

author img

By

Published : Aug 6, 2020, 10:17 AM IST

ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାଙ୍କ ଗ୍ୟାଙ୍ଗ ବିରୋଧରେ ତଦନ୍ତ କରୁଥିବା ଏସଆଇଟିକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସରକାର ଚାରି ସପ୍ତାହ ଅତିରିକ୍ତ ସମୟ ଦେଇଛନ୍ତି । ବର୍ତ୍ତମାନ ଏସଆଇଟି 28 ଅଗଷ୍ଟରେ ଏହାର ରିପୋର୍ଟ ଉପସ୍ଥାପନ କରିବ । ଅଧିକ ପଢନ୍ତୁ...

ବିକାଶ ଦୁବେ ମାମଲା, 28 ଅଗଷ୍ଟରେ ରିପୋର୍ଟ ଦାଖଲ କରିବ SIT

ଲକ୍ଷ୍ନୌ: ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାଙ୍କ ଗ୍ୟାଙ୍ଗ ବିରୋଧରେ ତଦନ୍ତ କରୁଥିବା ଏସଆଇଟିକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସରକାର ଚାରି ସପ୍ତାହ ଅତିରିକ୍ତ ସମୟ ଦେଇଛନ୍ତି । ବର୍ତ୍ତମାନ ଏସଆଇଟି 28 ଅଗଷ୍ଟରେ ଏହାର ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ କରିବ । କାନପୁରରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ପରେ ଏନକାଉଣ୍ଟରରେ ନିହତ ହୋଇଥିବା ଅଭିଯୁକ୍ତ ବିକାଶ ଦୁବେଙ୍କ ଅପରାଧିକ ଇତିହାସ ଅନୁସନ୍ଧାନ ପାଇଁ 11 ଜୁଲାଇରେ ଏସଆଇଟି ଟିମ୍ ଗଠନ କରାଯାଇଥିଲା।

ଏସଆଇଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଭୁସରେଡ୍ଡି, ଏଡିଜି ହରିରାମ ଶର୍ମା ଏବଂ ଡିଆଇଜି ଜେ ରବିନ୍ଦ୍ର ଗୌଡ଼ଙ୍କୁ ନେଇ ଗଠିତ । ଏହି ପ୍ୟାନେଲ ଜୁଲାଇ 31 ସୁଦ୍ଧା ଏହାର ତଦନ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ଦାଖଲ କରିବାର ଥିଲା, କିନ୍ତୁ ଏହାର ତଦନ୍ତ ଶେଷ ହୋଇନଥିବାରୁ ଏସଆଇଟି ସରକାରଙ୍କଠାରୁ ଅତିରିକ୍ତ ସମୟ ମାଗିଥିଲେ, ଯାହା ପରେ ଏହାର ତଦନ୍ତ ଶେଷ କରିବାକୁ ଚାରି ସପ୍ତାହ ଅତିରିକ୍ତ ସମୟ ଦିଆଯାଇଛି ବୋଲି ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ କହିଛନ୍ତି ।

ଅଧିକାରୀ କହିଛନ୍ତି ଯେ ଏସଆଇଟି ଏପର୍ଯ୍ୟନ୍ତ ପ୍ରାୟ 50 ଜଣଙ୍କ ବିବୃତ୍ତି ରେକର୍ଡ କରିଛି ଏବଂ ଅନେକ ପ୍ରମାଣ ସଂଗ୍ରହ କରିଛି। ତେବେ ଅନେକ ସାକ୍ଷୀଙ୍କ ବିବୃତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିକାଶ ଦୁବେଙ୍କ ସମ୍ପର୍କିତ ଦଲିଲ ଏବଂ ବିବରଣୀ ଏପର୍ଯ୍ୟନ୍ତ ଏସଆଇଟି ପାଇନାହିଁ। 60 ଟି ମାମଲାରେ ଦୁବେଙ୍କୁ କିପରି ଜାମିନ ମିଳିଥିଲା ​​ତାହା ମଧ୍ୟ ଏସଆଇଟି ଅନୁସନ୍ଧାନ କରୁଛି। ତିନିଜଣିଆ ଟିମ୍ ଦୁଇଥର ବିକାରୁ ଗାଁ ପରିଦର୍ଶନ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.