ETV Bharat / bharat

ସଂସଦରେ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗ, ସକରାତ୍ମକ ଉତ୍ତର ରଖିଲେ ମନ୍ତ୍ରୀ - Odisha MP

ସଂସଦରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଏହାର ସକରାତ୍ମକ ଉତ୍ତର ରଖିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ସକରାତ୍ମକ ଉତ୍ତର ରଖିଲେ ମନ୍ତ୍ରୀ
ସକରାତ୍ମକ ଉତ୍ତର ରଖିଲେ ମନ୍ତ୍ରୀ
author img

By

Published : Feb 9, 2021, 10:44 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଜ୍ୟର ଅନେକ ଦାବି ଉପସ୍ଥାପନା କଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଆରମ୍ଭ କରି ସୁନ୍ଦରଗଡରେ ଏମସ କରିବା ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଲେ ସାଂସଦ । ଏହାସହ ଏହି ଦାବି ଗୁଡିକ ଅନେକ ଦିନରୁ ହୋଇ ଆସୁଥିବାବେଳେ କେନ୍ଦ୍ର ସରକାର ଏହାକୁ ପକାଇ ରଖିଥିବା କହିଛନ୍ତି ସସ୍ମିତ ।

ସକରାତ୍ମକ ଉତ୍ତର ରଖିଲେ ମନ୍ତ୍ରୀ

ରାଜ୍ୟସଭାରେ ଆଜି(ମଙ୍ଗଳବାର) ନିଜର ମନ୍ତବ୍ୟ ରଖି ସସ୍ମିତ କହିଛନ୍ତି, ‘ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ କାମ ହାତକୁ ନେବାର ଅଛି । ମୋର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନେକ ବିଷୟ କେନ୍ଦ୍ରକୁ ଦେଇଥିଲେ ମଧ୍ୟ ଅନେକ ବିଷୟ ଅନୁମୋଦନ ପାଇଁ ପଡିରହିଛି ।’

ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାହା ପଡିରହିଛି । ସମ୍ବଲପୁର, କୋଶଳୀ ଓ ହୋ ଭାଷା ପାଇଁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଆସିବାର ଆବଶ୍ୟକତା ରହିଛି ସେଇଟା ମଧ୍ୟ ପଡିରହିଛି । 22 ଟି ନୂଆ ଏମସ ହସ୍ପିଟାଲ ଆସିଥିଲେ ମଧ୍ୟ ଓଡିଶାର ସୁନ୍ଦରଗଡରେ ଆସିବାର ଆବଶ୍ୟକତା ଥିବା ଦ୍ବିତୀୟ ଏମସ ହସ୍ପିଟାଲ ମଧ୍ୟ ପଡିରହିଛି ବୋଲି ସସ୍ମିତ କହିଛନ୍ତି ।

ସେହିପରି ଓଡିଶା ବିଧାନ ପରିଷଦ ଓ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଥା ଉଠାଇ ଏସବୁ ପଡିରହିଥିବା ସେ ଜଣାଇଛନ୍ତି । ଏହାସହ 2235ଟି ଗାଁରେ ଆଜି ପର୍ଯ୍ୟନ୍ତ ଟେଲିକମର ସୁବିଧା ପହଞ୍ଚି ପାରିନାହିଁ । 70 ପ୍ରତିଶତ ଗ୍ରାମପଞ୍ଚାୟତରେ ବ୍ୟାଙ୍କର ସେବା ନାହିଁ ଭଳି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇ ଜବାବ ମାଗିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଅନ୍ୟପଟେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ‘ଏହି ଦାବି ଏବେ ଆସିଛି । ଏହା ଉପରେ ଆମେ କାମ କରୁଛୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.