ETV Bharat / bharat

କୋରୋନା ସୁସ୍ଥ କରିଦେବେ କହି ଠକେଇ, ଆତ୍ମଘୋଷିତ ବାବା ଗିରଫ

author img

By

Published : Jul 26, 2020, 7:17 AM IST

ଶନିବାର ମିୟାପୁର ପୋଲିସ ପକ୍ଷରୁ ଏପରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଜଣେ ଲୋକକୁ କୋଭିଡ 19 ଲକ୍ଷଣରୁ ମୁକ୍ତ କରିଦେବେ ବୋଲି କହି ତାଙ୍କଠାରୁ ଟଙ୍କା ନେଇଥିଲେ ବାବା । ଅଧିକ ପଢନ୍ତୁ...

କୋରୋନା ସୁସ୍ଥ କରିଦେବେ କହି ଠକେଇ, ଆତ୍ମଘୋଷିତ ବାବା ଗିରଫ
କୋରୋନା ସୁସ୍ଥ କରିଦେବେ କହି ଠକେଇ, ଆତ୍ମଘୋଷିତ ବାବା ଗିରଫ

ହାଇଦ୍ରାବାଦ: ଦେଶରେ ବିଜ୍ଞାନ ଓ ଡାକ୍ତରୀ ବିଦ୍ୟାରେ ଯେତେ ଉନ୍ନତି ଏବଂ ବିକାଶ ହେଲେ ମଧ୍ୟ ଲୋକେ ଅନ୍ଧବିଶ୍ବାସରୁ ଏବେ ବି ମୁକ୍ତ ହୋଇନାହାନ୍ତି । କୋରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ବାବାଙ୍କ ଶରଣରେ ପଶୁଛନ୍ତି । ହାଇଦ୍ରାବାଦ ଭଳି ମେଟ୍ରୋ ସହରରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଶନିବାର ମିୟାପୁର ପୋଲିସ ପକ୍ଷରୁ ଏପରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଜଣେ ଲୋକକୁ କୋଭିଡ 19 ଲକ୍ଷଣରୁ ମୁକ୍ତ କରିଦେବେ ବୋଲି କହି ତାଙ୍କଠାରୁ ଟଙ୍କା ନେଇଥିଲେ ବାବା । ଏହିପରି ସେ ଅନେକ ଲୋକଙ୍କୁ ଠକିଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ତାଙ୍କୁ ଗିରଫ କରିବା ସହ ପୋଲିସ କୋର୍ଟ ଚାଲାଣ କରିଛି । ଏହାସହ ସେ ନେଇଥିବା ଟଙ୍କାକୁ ଜବତ କରିଛି ପୋଲିସ ।

ଗିରଫ ବ୍ୟକ୍ତି ନିଜକୁ ଜଣେ ବାବା ବୋଲି ଲୋକଙ୍କ ସାମନାରେ କହି ସେମାନଙ୍କଠାରୁ ଟଙ୍କା ଲୁଟିନେଇଥିଲେ । ତାଙ୍କ ନାମ ମହମ୍ମଦ ଇସମାଇଲ ବୋଲି ଜଣାପଡିଛି । କୋଭିଡ 19ରୁ ରକ୍ଷା କରିବେ ବୋଲି ଦାବି କରି ଜଣେ ଲୋକଠାରୁ ସେ 12 ହଜାର ଟଙ୍କା ନେଇଥିଲେ । ଏହିପରି ସେ ଲୋକଙ୍କୁ ଏକାଠି କରି ସେମାନଙ୍କ ହୃଦୟ, ପେଟ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଭଲ କରିଦେବେ ବୋଲି କହୁଥିଲେ । ଏହାସହ 70 ଜଣ ଲୋକଙ୍କୁ ଠକି ସେମାନଙ୍କଠାରୁ ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛି କି ନାହିଁ ସେ ଉପରେ ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.