ETV Bharat / bharat

ସବୁ ଭାରତୀୟଙ୍କ ରକ୍ତରେ ରହିଛି ଧର୍ମନିରପେକ୍ଷତା: ଉପରାଷ୍ଟ୍ରପତି

ଧର୍ମନିରପେକ୍ଷତାକୁ ନେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଡ ବୟାନ । ପ୍ରତିଟି ଭାରତୀୟଙ୍କ ମଧ୍ୟରେ ଥିବା ରକ୍ତ ଓ ଶିରାପ୍ରଶିରାରେ ଧର୍ମନିରପେକ୍ଷତା ରହିଥିବା କହିଛନ୍ତି ଭେଙ୍କେୟା । ଅଧିକ ପଢନ୍ତୁ...

author img

By

Published : Feb 23, 2020, 7:45 PM IST

ସବୁ ଭାରତୀୟଙ୍କ ରକ୍ତରେ ରହିଛି ଧର୍ମନିରପେକ୍ଷତା: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ହାଇଦ୍ରାବାଦ: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଦେଶର ଧର୍ମନିରପେକ୍ଷତାକୁ ନେଇ ସବୁବେଳେ ଉଠିଆସିଛି ପ୍ରଶ୍ନ । ଧର୍ମନିରପେକ୍ଷତା ନାଁରେ ସମ୍ବିଧାନର ଉଦାହରଣ ଦେଇଆସୁଥିବା କିଛି ରାଜନୈତିକ ଦଳ ଓ ତଥା କଥିତ ବୁଦ୍ଧିଜୀବୀମାନେ ଏହାର ପ୍ରକୃତ ପରିଭାଷାକୁ ଭୁଲ ରୂପରେ ଦର୍ଶାଇବାରେ ଲାଗିଛନ୍ତି । ଫଳରେ ସାମ୍ପ୍ରଦାୟିକ ଭେଦଭାବ ସହିତ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ସୃଷ୍ଟିକରିବାକୁ ଚଷ୍ଟା କରାଯାଉଛି । ଏପରିସ୍ଥିତିରେ ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଧର୍ମନିରପେକ୍ଷତାକୁ ନେଇ ବଡ ବୟାନ ଦେଇଛନ୍ତି ।

ପ୍ରତିଟି ଭାରତୀୟଙ୍କ ମଧ୍ୟରେ ଥିବା ରକ୍ତ ଓ ଶିରାପ୍ରଶିରାରେ ଧର୍ମନିରପେକ୍ଷତା ରହିଥିବା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉପରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ସଂଖ୍ୟାଲଘୁ ଅଧିକ ସୁରକ୍ଷିତ ଅଛନ୍ତି । ଏମିତିକି ଅନେକ ଦେଶ ନିଜର ଆଭ୍ୟନ୍ତରୀଣ ମାମଲାରେ ଭାରତର ପରାମର୍ଶ ମଧ୍ୟ ନେଉଛନ୍ତି ।

ଦେଶର ସମୃଦ୍ଧ ଆଧ୍ୟାତ୍ମିକ ଇତିହାସର ପ୍ରଶଂସା କରି ନାଇଡୁ କହିଛନ୍ତି ଯେ 'ବସୁଧୈବ କୁଟୁମ୍ବକମ' ଭାରତୀୟ ସଂସ୍କୃତିର ସାରାଂଶ । 'ଭାରତମାତାକି ଜୟ' କହିବାର ଅର୍ଥ ଦେଶର 130 କୋଟି ନାଗରିକଙ୍କ ଜୟ । ଅନ୍ୟପକ୍ଷେ କିଛି ଦେଶ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଉପରେ ଆପତ୍ତି ଜାହିର କରିଛନ୍ତି ଉପରାଷ୍ଟ୍ରପତି । ଏହି ସବୁ ମାମଲାରୁ ଦୂରେଇ ରହିବାକୁ ସେ ଅନ୍ୟ ଦେଶଗୁଡିକୁ କହିଛନ୍ତି । ଭାରତ ବିଶ୍ବର ସର୍ବବୃହତ ଗଣତାନ୍ତ୍ରୀକ ଦେଶ ହୋଇଥିବାରୁ ଏହା ନିଜର ଆଭ୍ୟନ୍ତରୀଣ ମାମଲାର ସମାଧାନ ପାଇଁ ସକ୍ଷମ ବୋଲି ନିଜ ଉଦବୋଧନରେ ଭେଙ୍କେୟା କହିଛନ୍ତି ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.