ETV Bharat / bharat

SCO ବୈଠକରେ ଉପରାଷ୍ଟ୍ରପତିଙ୍କ ବୟାନ, ଆତଙ୍କବାଦ ଆମ ସାମ୍ନାରେ ବଡ ଚ୍ୟାଲେଞ୍ଜ

author img

By

Published : Nov 30, 2020, 8:57 PM IST

ସାଂଘାଇ ସହଯୋଗ ସଂଗଠନ ପରିଷଦକୁ ଭର୍ଚୁଆଲ ବୈଠକରେ ସମ୍ବୋଧନ କରି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ବିଶେଷ କରି ସୀମାପାର ଆତଙ୍କବାଦ ବିଷୟ ଉତ୍ଥାନ କରିବା ସହ ଏକଜୁଟ ହୋଇ ଏହି ବିପଦର ମୁକାବିଲା କରିବା ପାଇଁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

SCO ବୈଠକରେ ଉପରାଷ୍ଟ୍ରପତିଙ୍କ ବୟାନ, ଆତଙ୍କବାଦ ଆମ ସାମ୍ନାରେ ବଡ ଚ୍ୟାଲେଞ୍ଜ
SCO ବୈଠକରେ ଉପରାଷ୍ଟ୍ରପତିଙ୍କ ବୟାନ, ଆତଙ୍କବାଦ ଆମ ସାମ୍ନାରେ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଆତଙ୍କବାଦ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି । ଏହି ବିପଦର ଅନ୍ତ ହେବା ଜରୁରୀ । ଆତଙ୍କବାଦର ଅନ୍ତ ଭାରତକୁ ନିଜ ବାସ୍ତବିକ କ୍ଷମତାକୁ ପୂର୍ଣ୍ଣ ରୂପ ଦେବାରେ ସହାୟକ ହେବ । ସାଂଘାଇ ସହଯୋଗ ସଂଗଠନ ପରିଷଦକୁ ଭର୍ଚୁଆଲ ବୈଠକରେ ସମ୍ବୋଧନ କରି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହା କହିଛନ୍ତି । ଏହା ସହ ବିଶେଷ କରି ସୀମାରେ ଆତଙ୍କବାଦ ବିଷୟରେ ଉତ୍ଥାନ କରିବା ସହ ଏକଜୁଟ ହୋଇ ଏହି ବିପଦର ମୁକାବିଲା କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ପାକିସ୍ତାନର ଆତଙ୍କବାଦ ଆଭିମୁଖ୍ୟ ସମ୍ପର୍କରେ ଉପରାଷ୍ଟ୍ରପତି କହିଛନ୍ତି, ଆତଙ୍କବାଦକୁ ଏକ ରାଷ୍ଟ୍ର ନୀତିର ମାଧ୍ୟମ ଭାବରେ ବ୍ୟବହାର କରୁଥିବା ଦେଶଗୁଡିକ ପାଇଁ ଆମେ ବିଶେଷ ଭାବରେ ଚିନ୍ତିତ । ସେ କହିଛନ୍ତି ଯେ ଏହି ଅଞ୍ଚଳରେ ଆମ ସମ୍ମୁଖରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଆତଙ୍କବାଦ । ବିଶେଷ କରି ସୀମା ପାର ଆତଙ୍କବାଦ । ନାଇଡୁ କହିଛନ୍ତି ଯେ ଆତଙ୍କବାଦର ବିପଦକୁ ସମାପ୍ତ କରିବା ଦ୍ବାରା ଏହି ଅଞ୍ଚଳକୁ ଏହାର ପ୍ରକୃତ କ୍ଷମତା ହାସଲ କରିବାରେ ସହାୟକ ହେବ |

2017ରେ ଭାରତ ଏହି ପ୍ରଭାବଶାଳୀ ସମୂହର ପୂର୍ଣ୍ଣ ସଦସ୍ୟ ହୋଇଥିଲା ଏବଂ ଏହା ପରେ ପ୍ରଥମ ଥର ପାଇଁ ଏହି ସଭାର ଆୟୋଜନ କରିଛି । ପାକିସ୍ତାନର ଅନ୍ୟ ଏକ ସନ୍ଦର୍ଭରେ ନାଇଡୁ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ଦ୍ବିପାକ୍ଷିକ ପ୍ରସଙ୍ଗକୁ ସୁଚିନ୍ତିତ ଭାବେ ଏସସିଓରେ ଉଠାଇବା ପାଇଁ ଉଦ୍ୟମ କରାଯାଇଥିଲା ଏବଂ ସେ ଏହାକୁ ସିଦ୍ଧାନ୍ତ ଓ ଆଦର୍ଶର ଉଲ୍ଲଂଘନ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.