ETV Bharat / bharat

କୋରୋନା ସଂକ୍ରମଣ ଭୟ: ବଳଦ, ମଇଁଷିଙ୍କୁ ମାସ୍କ ପିନ୍ଧାଇଲେ ଚାଷୀ - କୋରୋନା

ସଂକ୍ରମଣରୁ ରକ୍ଷା ପାଇଁ ଲୋକୋ ସାନିଟାଇଜର ଓ ମାସ୍କର ବହୁଳ ବ୍ୟବହାର ଜାରି ରହିଛି । ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି ସମସ୍ତେ । ଏପରିସ୍ଥଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଲୋକ ନିଜ ନିଜ ଗୃହପାଳିତ ପଶୁଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ମୁହଁରେ ମାସ୍କ ବାନ୍ଧି ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 2, 2020, 6:56 PM IST

ଭୋପାଳ: ସାରା ବିଶ୍ବରେ ଏବେ କୋରୋନା ଡର । ଦିନକୁ ଦିନ ସଂକ୍ରମଣ ରିପୋର୍ଟ ହୁ ହୁ ହୋଇ ବଢୁଛି । ଅନ୍ୟପଟେ ମୃତ୍ୟୁ ରିପୋର୍ଟ ମଧ୍ୟ ବେଲଗାମ । ବିଶ୍ବବାସୀ ଆତଙ୍କିତ ଓ ଭୟଭୀତ ମାହୋଲରେ । ଦେଶରେ କୋରୋନା ପ୍ରଳୟକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏପରିସ୍ଥଳେ ନିଜ ନିଜ ଘରେ କଏଦ 130କୋଟିରୁ ଉର୍ଦ୍ଧ୍ବ ଲୋକ । ସଂକ୍ରମଣରୁ ରକ୍ଷା ପାଇଁ ଲୋକୋ ସାନିଟାଇଜର ଓ ମାସ୍କର ବହୁଳ ବ୍ୟବହାର ଜାରି ରହିଛି । ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି ସମସ୍ତେ । ଏପରିସ୍ଥଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳଛି ନିଆରା ଦୃଶ୍ୟ । ଲୋକ ନିଜ ନିଜ ଗୃହପାଳିତ ପଶୁଙ୍କୁ କୋରୋନା ସଂକ୍ରମଣରୁ ରକ୍ଷାଲ କରିବା ନିମନ୍ତେ ମୁହଁରେ ମାସ୍କ ବାନ୍ଧି ଦେଇଛନ୍ତି ।

କୋରୋନା ସଂକ୍ରମଣ ଭୟ: ଚାଷି ପିନ୍ଧାଇଲେ ବଳଦ, ମଇଁଷିଙ୍କୁ ମାସ୍କ

ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଚନ୍ଦେରୀ ଗ୍ରାମରେ ଲୋକେ ନିଜ ଗୃହପାଳିତ ପଶୁ, ଗାଈ, ବଳଦଷ ମଇଁଷିଙ୍କ ମୁହଁରେ ମାସ୍କ ପିନ୍ଧାଇଛନ୍ତି । କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ଗହମ ଅମଳର ଏହା ପ୍ରକୃଷ୍ଟ ସମୟ ଏଭଳି ସମୟରେ ବଳଦ, ମଇଁଷିଙ୍କ ଆବଶ୍ୟକତା ଅଧିକ ରହିଥାଏ । ବିଲକୁ ଶଗଡ ଗାଡିରେ ବଳଦ କିମ୍ବା ମଇଁଷି ମାସ୍କ ଲଗାଇ ଟାଣୁଥିବା ଦେଖିବାକୁ ମିଳୁଛି ।

ଚାଷୀଙ୍କ କହିବା ମୁତାବକ କୋରୋନା ଭାଇରସ ସଂକ୍ରମଣ ଜାରି ରହିଛି । ଏପରିସ୍ଥଳେ ଗୃହପାଳିତ ପଶୁ ମାଟିରେ ପଡିଥିବା ଯେ କୌଣସି ଖରାପ ଖାଦ୍ୟ ପଦାର୍ଥକୁ ମୁହଁରେ ଲଗାଇଥାନ୍ତି କିମ୍ବା ଖାଇଥାନ୍ତି । ଏଥିରେ ସଂକ୍ରମଣ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଲକୁ ଯିବା ଆସିବା ସମୟରେ ମାସ୍କ ପିନ୍ଧା ଯାଇଥାଏ ।

ସୂଚନା ଯୋଗ୍ୟ ଯେ, ଏହି ଗୃହପାଳିତ ପଶୁଙ୍କ ପାଇଁ ବଡ ସାଇଜର ମାସ୍କ ଆବଶ୍ୟକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ମାସ୍କ ଗ୍ରାମରେ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.